ବଲାଙ୍ଗୀର, ୨୧ ଜୁନ୍(ହି.ସ.) – ଆଜି ଅପରାହ୍ନରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ ମ୍ୟାଲେରିଆ ମାସ ତଥା ମାଲେରିଆ ନିରାକରଣ ୨୦୨୫ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରୱ ଶୀୱାଜୀ ଈସାଲୱାର ଏହି କାର୍ଯକ୍ରମର ଅଧ୍ୟକତା କରିଥିଲେ। ମାଲେରିଆ ଓ ଡେଙ୍ଗୁ ନିରାକରଣ ରେ ଚିହ୍ନଟଙ୍କ ଯଥା ଶୀଘ୍ର ଆରୋଗ୍ୟ ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ୱାରୋପୋ କରିଥିଲେ। ତଳସ୍ତରରେ ଆବଶ୍ୟକତା ଅନୁସାରେ କ୍ୟାମ୍ପ କରି ସେବା ଯୋଗାଇବାକୁ କହିଥିଲେ। ଅତ୍ୟଧିକ ରୋଗୀ ଚିହ୍ନଟ ସ୍ଥାନ ଗୁଡିକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଯେମିତି ମଶା ତେଲ ସିଂଚନ, ଧୂଆଁ ପ୍ରୋୟୋଗ କରୁଥିବା ମେସିନ ଉପଯୋଗ ଆଦେଶ ଦେଇଥିଲେ। ଏଥିନିମନ୍ତେ କମ କରୁଥିବା କଣ୍ଟ୍ରୋଲ ରୁମ ବାବଦରେ ପଚାରିବୁଝିଥିଲେ। ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ସହ ମୁନିସିପାଲିଟି ସଫେଇ କାର୍ଯ୍ୟ ତ୍ୱରାନିତ୍ୱ କରିବାକୁ କହିଥିଲେ। ନୀଚ ଜାଗାରେ ପାଣି ଜମୁଥିବା ସ୍ଥାନ ଗୁଡିକ ସମତୁଲ ଏବଂ ଆବର୍ଜନାକୁ ଜନ ବସ୍ତି ଠାରୁ ତୁରନ୍ତ ଦୂରେଇ ପକେଇବା ଭଳି ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ମୁଣ୍ଡ ବଥା ତଥା ଜ୍ୱର ହେଲେ ବି ଡେଙ୍ଗୁ ମାଲେରିଆ ପାଇଁ ଟେଷ୍ଟିଙ୍ଗ ପରିମାଣ ବଢେଇବା ଉପରେ ଧ୍ୟାନ ବଢେଇବାକୁ ନିର୍ଦେଶ ଦେଇଥିଲେ। ସମସ୍ତ ଅଙ୍ଗନବାଡି ଦିଦିମାନଙ୍କୁ ଏଥିନିମନ୍ତେ ପ୍ରଶିକ୍ଷଣ ଦେବା ସହ ଗାଁ ଓ ସହରର ସମସ୍ତ ପ୍ରାନ୍ତ ସଫା କରିବା ପାଇଁ ଲୋକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ରମେଶ ଚନ୍ଦ୍ର ସାହୁ ସଭା ଆରମ୍ଭ ଭାଷଣ ପ୍ରଦାନ କରି ମ୍ୟାଲେରିଆ ଭଳି ରୋଗକୁ କେମିତି ଅତିଶୀଘ୍ର ଚିହ୍ନଟ କରିବା ଏବଂ ଏହାର ପ୍ରତିକାର ନିମନ୍ତେ ଅଭିନବ ପନ୍ଥା ଗ୍ରହଣ କରି ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି କରି ଏହାର ନିରାକରଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ ଓ ଏହାର ଉପଯୁକ୍ତ ବ୍ୟବହାର ଦ୍ୱାରା ମ୍ୟାଲେରିଆ ରୋଗ କୁ ହ୍ରାସ କରାଯାଇପାରିଛି ବୋଲି ସେ ପ୍ରକାଶ କରିଥିଲେ। ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ ନମିତା ମିଶ୍ର ଏହି ମାସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେବାସହ ମ୍ୟାଲେରିଆ ନିରାକରଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ପାୱାରପଏନ୍ଟରେ ବିଗତ ବର୍ଷରେ କିପରି ରୋଗ ନିରାକରଣ ବଢିବା ସହ ରୋଗୀଙ୍କ ସଂଖ୍ୟା କମିଛି ବୋଲି ରିପୋର୍ଟ ରେ ଦର୍ଶାଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର , ଜିଲ୍ଲାପରିଷଦ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ