ଯୋଗ ଦିବସ ପାଳିତ
କେନ୍ଦ୍ରାପଡ଼ା, ୨୧ ଜୁନ୍‌(ହି.ସ.) – ବିଶ୍ୱ ଯୋଗ ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲାରେ ଥିବା ସମିର ଟିଭିଏସ ପରିସରରେ ଏକ ଯୋଗ ଶିବିର ଅନୁଷ୍ଠିତ କରାଯାଇଛି । ସମିର ମୋଟର୍ସର ମାଲିକ ସମୀର କୁମାର ଚାନ୍ଦଙ୍କ ତତ୍ୱାବଧାନରେ ଏହି ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସମିର ମୋଟର୍ସର ସମସ୍ତ କର୍ମଚାରୀ
ଯୋଗ ଦିବସ ପାଳିତ


କେନ୍ଦ୍ରାପଡ଼ା, ୨୧ ଜୁନ୍‌(ହି.ସ.) – ବିଶ୍ୱ ଯୋଗ ଦିବସ ଅବସରରେ କେନ୍ଦ୍ରାପଡା ଜିଲ୍ଲାରେ ଥିବା ସମିର ଟିଭିଏସ ପରିସରରେ ଏକ ଯୋଗ ଶିବିର ଅନୁଷ୍ଠିତ କରାଯାଇଛି । ସମିର ମୋଟର୍ସର ମାଲିକ ସମୀର କୁମାର ଚାନ୍ଦଙ୍କ ତତ୍ୱାବଧାନରେ ଏହି ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସମିର ମୋଟର୍ସର ସମସ୍ତ କର୍ମଚାରୀ ଏବଂ ଗ୍ରାହକ ଯୋଗ ଦେଇଥିଲେ । ଯୋଗ ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିବା ସହିତ ରୋଗମୁକ୍ତ ରହିପାରିବେ ବୋଲି ଶ୍ରୀ ଚାନ୍ଦ ଯୋଗକାରିମାନଙ୍କୁ ତାଙ୍କ ଅଭିଭାଷଣରେ କହିଥିଲେ । ପ୍ରତ୍ୟକ ଦିନ ସକାଳୁ ଉଠି ନିଜେ ଏବଂ ପରିବାର ସମସ୍ତ ସଦସ୍ୟଙ୍କୁ ଯୋଗ କରିବାକୁ ଅନୁରୋଧ କରିଥିଲେ । ସମସ୍ତ ଯୋଗ କାରିମାନେ ଶେଷରେ ମାଣ୍ଡିଆ ଓ ବେଲ ପତ୍ର ବଟା ପାଣି ସେବନ କରିବା ସହିତ ପ୍ରତ୍ୟକ ଯୋଗକାରିଙ୍କୁ ଗୋଟେ ଗଛ ଅନୁଷ୍ଠାନ ପକ୍ଷରୁ ବଣ୍ଟନ କରାଯାଇଥିଲା । ଏହି ଶିବିର ସମିର କୁମାର ଚାନ୍ଦ ତତ୍ୱାବଧାନରେ ଶୁଭଶ୍ରୀ ନାୟକ, ଦିପ୍ତୀମୟୀ ସେଠୀ, ରସ୍ମିତା ଧଳ, ଦୀପକ ସାମଲ, ଇତିଶ୍ରୀ ସେଠୀ, ବଳରାମ ସେଠୀ, କ୍ଷିତିଶ ଚନ୍ଦ୍ର ଘଢେଇ, ଅବିନାସ ସ୍ୱାଇଁ, ରାଜେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande