କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – ସମଗ୍ର ବିଶ୍ୱ ରେ ଜୁନ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରୁଥିବା େବେଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଯୁବସମାଜ ସେବୀ ମନୋଜ କୁମାର ରାଉତ ଙ୍କ ତତ୍ୱବଧାନେର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମେର ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାୟକ ଙ୍କ ଉପସ୍ଥିତ ରେ ଶିଶୁ ମନ୍ଦିର ର ସମସ୍ତ ବିଦ୍ୟାଥ୍ରୀ ଗୁରୁଜୀ, ଗୁରୁମା ତଥା ଶିଶୁ ମନ୍ଦିର କମିଟି ର ସମସ୍ତ କର୍ମ କର୍ତା ଯୋଗ ଅଭସ୍ୟ କରିଥିଲେ। ଅଂଚଳର ଜାତୀୟ ସ୍ତରର ଟ୍ରାୟକୋଣ୍ଡା ରୋପ୍ୟା ପଦକ ବିଜେତା ସଦ୍ୟସ୍ମିତା ନାୟକ ଉପସ୍ଥିତ ରହି ଯୋଗ କିପରି ଆମ ଶରୀର ତଥା ମନ ଉପରେ ପ୍ରଭାବ ପକାଏ ଏହି ବିଷୟ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚର୍ଯ୍ୟା ପ୍ରତିମା ପାତ୍ର ପିଲାମାନଙ୍କୁ ପ୍ରତ୍ୟେକ ଦିନ ଯୋଗ ଅଭାସ୍ୟ କରିବାବୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି