ଡାଇରିଆକୁ ନେଇ ବିଜେଡି ରାଜନୀତି ନକରୁ - ଅନିଲ ବିଶ୍ୱାଳ
ଭୁବନେଶ୍ୱର,୨୧ ଜୁନ (ହି.ସ)- ଡାଇରିଆକୁ ନେଇ ବିଜେଡି କୌଣସି ରାଜନୀତି ନକରନ୍ତୁ । ନୂଆ ସରକାରଙ୍କ ଏକ ବର୍ଷ ପୂର୍ତିକୁ ବିଜେଡି ସହଜରେ ଗ୍ରହଣ କରିପାରିନାହିଁ । ଗତ ୪୦ ବର୍ଷ ମଧ୍ୟରେ ଡାଇରିଆ ବ୍ୟାପିଥିଲା ବୋଲି କହିଛି ବିଜେଡି ହେଲେ ୨୦୨୨ ରେ ରାୟଗଡ଼ାରେ ୬ ଡାଇରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ସେହ
ଡାଇରିଆକୁ ନେଇ ବିଜେଡି ରାଜନୀତି ନକରୁ - ଅନିଲ ବିଶ୍ୱାଳ


ଭୁବନେଶ୍ୱର,୨୧ ଜୁନ (ହି.ସ)- ଡାଇରିଆକୁ ନେଇ ବିଜେଡି କୌଣସି ରାଜନୀତି ନକରନ୍ତୁ । ନୂଆ ସରକାରଙ୍କ ଏକ ବର୍ଷ ପୂର୍ତିକୁ ବିଜେଡି ସହଜରେ ଗ୍ରହଣ କରିପାରିନାହିଁ । ଗତ ୪୦ ବର୍ଷ ମଧ୍ୟରେ ଡାଇରିଆ ବ୍ୟାପିଥିଲା ବୋଲି କହିଛି ବିଜେଡି ହେଲେ ୨୦୨୨ ରେ ରାୟଗଡ଼ାରେ ୬ ଡାଇରିଆ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ୨୦୧୮ ରେ ରାଉରକେଲାରେ ମଧ୍ୟ ବ୍ୟାପକ ଭାବେ ଡାଇରିଆ ବ୍ୟାପିଥିଲା । ସେତେବେଳେ ଜାତୀୟ ଟିମ୍ ଓଡ଼ିଶା ଆସି ଏହାକୁ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ମଧ୍ୟ ଦେଇଥିଲେ । ଯାହାକୁ ରାଜନୀତିର ଆଖ୍ୟା ଦେଇ ବିଜେଡି ବିଧାନସଭାରେ ମାନିଲେ ନାହିଁ । କିଛି ଆରୋପ ପୂର୍ବରୁ ବିଜେଡି ନିଜ ସମୟର କଥା କୁ ମନେ ପକାଇବା ଦରକାର । ଏବେ ବିଜେଡି ମିଛ କହୁଛି । ନିଜ ସମୟର ଭୁଲ କୁ ବି ମାନନ୍ତୁ ବିଜେଡି । ଏବେ ଯେଉଁ ହଇଜା ବ୍ୟାପିଛି ତାର ସବୁ ପାପର ବୋଝ ନବୀନ ବାବୁଙ୍କୁ ନବାକୁ ହେବ । ଗତ ୨୪ ବର୍ଷ ମଧ୍ୟରେ ବିଶୁଦ୍ଧ ପାଣି ଯୋଗାଇପରି ନାହିନ୍ତି ବିଜେଡି । କେନ୍ଦ୍ର ସରକାର ଏଥିପାଇଁ ୫୫ ହଜାର କୋଟି ଟଙ୍କା ମଧ୍ୟ ଦେଇଥିଲେ । ହେଲେ ଏବେ ୧୮ ହଜାର ଛୋଟ ଛୋଟ ଗାଁ ରେ ପିଇବା ପାଇଁ ପାଣି ଟଙ୍କି ନାହିଁ । ଏହି ଟଙ୍କା ବାଟବଣା ହୋଇଛି । ଏହାକୁ ନେଇ ଓଡ଼ିଶା ଲୋକ ବିଜେଡି ଙ୍କୁ ଶାସ୍ତି ଦେଇଛନ୍ତି । ଗତ ୨୪ ବର୍ଷ ସରକାର ମଧ୍ୟରେ କୌଣସି ହେଲ୍ଥ ରିସର୍ଚ୍ଚ କରିବା ପାଇଁ ୟୁନିଟ ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରୀ ଏହାକୁ ବଡ଼ ଗୁରିତ୍ୱର ସହ ନେଇଛନ୍ତି । ଏହାକୁ ସମ୍ବେଦନଶୀଳ ଭାବେ ସରକାର ଏହାକୁ ଗ୍ରହଣ କରୁଛନ୍ତି । ମିଛର ସାହାର ନେଇ ନୂଆ ସରକାରଙ୍କୁ ନିନ୍ଦିତ କରୁଛନ୍ତି । ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ ସମସ୍ତ ନିଷ୍ପତି ନେଉଛନ୍ତି ବିଜେପି ସରକାର । ଆଉ ଏହା ଉପରେ ଏବେ କଡା ନଜର ରଖିଛନ୍ତି ସରକାର । ଡାଇରିଆ କୁ ନେଇ କୌଣସି ରାଜନୀତି ବିଜେଡି ନକରୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande