ଧର୍ମଶାଳା,୨୧ଜୁନ୍(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଝାଡାବାନ୍ତି ଆକ୍ର।।ନ୍ତଙ୍କ ସଂଖ୍ୟା ପୁର୍ବପେକ୍ଷା କମୁଥିବା ଦେଖିବାକୁ ମିଳିଛି । ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ରସୁଲପୁର ବ୍ଲକର ହୋଇଥିବା ଜଣେ ଢେଙ୍କାନାଳ ଜିଲା ନିହଲ ପ୍ରସାଦର ହୋଇଥିବା ଜଣାପଡିଛି । ତେବେ ଧର୍ମଶାଳା ବ୍ଲକ ଅଂଚଳର ୩୬ ଜଣ ଆକ୍ରାନ୍ତ ଏବେ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ପାଣି ପାଇଁ ଡାରିଆ ରୋଗ ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯିବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ହୋଟେଲ ଜଳଖିଆ ଦୋକାନରୁ ପାଣି ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଲ୍ୟାବକୁ ପଠାଯାଇଥିଲା । ସେଥି ମଧ୍ୟରୁ ଆସିଥିବା ରିପୋର୍ଟରେ ଇ କୋଲାଇ ବ୍ୟାକ୍ଟେରିଆ ଆସିଥିବା ଦୋକାନ ଗୁଡିକୁ ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଛି । ତେବେ ସ୍ଥିତିରେ ସୁଧାର ଆସୁଥିବା ବେଳେ ଗୁଜବ ପ୍ରତି ସଚେତନ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଆଜି ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ସମସ୍ତ ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଗଲା କିଛିଦିନ ହେଲା ଝାଡାବାନ୍ତି ସ୍ଥିତି ଉଦବେଗଜନ ରହିଥିବା ବେଳେ ଏବେ ସ୍ଥିତି ଧିରେ ଧିରେ ସୁଧୁରୁଥିବା ଲକ୍ଷ କରାଯାଉଛି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ