ଭଦ୍ରକ, ୨୧ ଜୁନ୍ (ହି.ସ.) - ଏବେ ସାମାଜିକ ଗଣମାଧ୍ୟମ ରେ ପ୍ରଚାର ପ୍ରସାର ଜୋର ରେ ହେଉଚି। ବିଭିନ୍ନ ରାଜନୈତିକ ଦଳ ର କର୍ମୀ ଓ ନେତାମାନେ ଏବେ ସାମାଜିକ ଗଣମାନ୍ଧ୍ୟାମ ଙ୍କୁ ହାତରେ ରଖି ବେଶ ନିଜକୁ ପ୍ରଚାର ପ୍ରସାର କରୁଛନ୍ତି ।ହେଲେ ଏବେ ଧାମନଗର ରେ କେତେକ ଅସାମାଜିକ ଯୁବକମାନେ ମିଥ୍ୟା ପ୍ରମାଣ ଓ ନାମ ରଖି ଫେସ ବୁକ ଖୋଲି ବିଭିନ୍ନ ପ୍ରତିଷ୍ଠିତ ଲୋକ ଓ ରାଜନୈତିକ ଲୋକ ଙ୍କ ନାମରେ ବିଭିନ୍ନ ପ୍ରକାର ଖରାପ୍ ଭାଷା ରେ ଲେଖି ପୋଷ୍ଟ କରୁଥିବାର ଦେଖିବାକୁ ମିଳିଛି ।ଏମିତି ଏକ ଘଟଣା ଧାମନଗର ରେ ଘଟିଥିବାରୁ ପୋଲିସ କୁ ଚିନ୍ତାରେ ପକାଇଛି । ପ୍ରକାଶ ଥାଉକି ଚଳିତ ମାସ 'ଧାମନଗର ସମସ୍ୟା ' ନାମଙ୍କ ଏକ ଫେକ ଫେସବୁକ ଆଇ ଡି ରେ ଧାମନଗର ବ୍ଲକ ସାଂସଦ ପ୍ରତିନିଧି ମନୋଜ ମଲିକ ଙ୍କ ନାମରେ କିଛି ଖରାପ କଥା ପୋଷ୍ଟ କରିଥିଲେ , ଏ ନେଇ ଶ୍ରୀ ମଲିକ ୧୮ /୬/୨୫ ତାରିଖ ରେ ଧାମନଗର ଥାନା ରେ ଅଭିଯୋଗ କରିବା ପରେ ଧାମନଗର ପୋଲିସ ଅନ୍ଧାର ରେ ବାଡି ବୁଲାଇ ଧାମନଗର ବ୍ଲକ ବିଜେଡ଼ି ର ମିଡ଼ିଆ ସେଲ ର ସଂଯୋଜକ ଜ୍ୟୋତି ପ୍ରକାଶ ସାମଲ ଙ୍କ ଘରେ ପହଞ୍ଚି ଥାନା କୁ ଡକାଇ ଥିଲେ । ଏ ନେଇ ଶ୍ରୀ ସାମଲ ଉକ୍ତ କଥା କୁ ବିରୋଧ କରିଥିଲେ । ତେବେ ସମସ୍ତ ପ୍ରମାଣ ନେଇ ମୋ ବିରୋଧ ରେ ଅଭିଯୋଗ ଆଣି ମୋତେ ଡକାଯାଉବୋଲି ଶ୍ରୀ ସାମଲ କହିଥିଲେ । ଏହି କଥାକୁନେଇ ଧାମନଗର ବ୍ଲକ ବିଜୁଜନତା ଦଳ ପକ୍ଷରୁ ଘଟଣା କୁ ନିନ୍ଦା କରି ରାଜନୈତିକ ଆକ୍ରୋଶ ରଖି ଦଳକୁ ବଦନାମ କରାଯାଉଛି ବୋଲି କହି ଏକ ପ୍ରତନିଧି ଦଳ ଶୁକ୍ରବାର ଧାମନଗର ଥାନା ଅଧିକାରି ଗୋପାଳ ଜେନା ଙ୍କୁ ଭେଟି କୌଣସି ତଥ୍ୟ ନନେଇ ଶ୍ରୀ ସାମଲ କୁ ଥାନା କୁ ଡକା ଯାଇଥିବା ରୁ ଏହାକୁ ବିରୋଧ କରିଥିଲେ । ତୁରନ୍ତ ଘଟଣା ର ସତ୍ୟାସତ୍ୟ ପ୍ରମାଣ ନେଇ ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବା ସହ ଶ୍ରୀ ସାମଲ କୁ ସର୍ବ ସାଧାରଣ ରେ ନିନ୍ଦିତ କରିଥିବାରୁ ତାଙ୍କୁ ଉଚିତ୍ ସମ୍ମାନ ଫେରାଇ ୍ୱାକୁ ଦଳ ଦାବିକରିଥିଲା । ବିଜେଡ଼ି ବ୍ଲକ ସଭାପତି ପ୍ରତାପ ସାମଲ, ବିଯୁ ଜୁବ ଜନତା ଦଳର ବ୍ଲକ ସଭାପତି ଭାରତ ବିଜୟ ଦଳାଇ, ଧାମନଗର ଏନଏ ସି ର ପୂର୍ବତନ ସଭାପତି ସୁଶାନ୍ତ ରାଉତ,ବିଜେଡ଼ି କର୍ମୀ ରାକେଶ ପତି, ପ୍ରଶାନ୍ତ ଦିବେଦୀ, ଗୌରାଙ୍ଗ ଦାସ,ସେକମୁସ୍ତାକ,ପ୍ରକାଶ କେଶ, ସରୋଜ ସେଠୀ,ସେକ ଟିକୋ,କାଳନ୍ଦୀ କେସ, ସେକ କୁର୍ବାନ ପ୍ରମୁଖ ଥାନା ଅଧିକାରୀ ଙ୍କୁ ଭେଟି ଅଭିଯୋଗ କରିଥିଲେ ।ତେବେ ଘଟଣା ର ତଦନ୍ତ ଚାଲିଚି ବୋଲି ଥାନା ଅଧିକାରୀ ଶ୍ରୀ ଜେନା କହିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ