ବରିଷ୍ଠ ନାଗ ନାଗରିଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ହେଉ - ରାଜ୍ୟପାଳ
ଭୁବନେଶ୍ୱର,୨୧ ଜୁନ (ହି.ସ)- ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ବାର୍ଷିକ ସମ୍ମିଳନୀ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଓଡିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବାବେଳେ ଜମ୍ମୁ ଓ କାଶ୍ମୀର ଏମ୍ସର ମୁଖ୍
ବରିଷ୍ଠ ନାଗ ନାଗରିଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ହେଉ - ରାଜ୍ୟପାଳ


ଭୁବନେଶ୍ୱର,୨୧ ଜୁନ (ହି.ସ)- ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ବାର୍ଷିକ ସମ୍ମିଳନୀ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ଓଡିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବାବେଳେ ଜମ୍ମୁ ଓ କାଶ୍ମୀର ଏମ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ନିର୍ଦ୍ଦେଶକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯେ ବରିଷ୍ଠ ନାଗରିକ, ବୃଦ୍ଧ, ବୟସ୍କ ଲୋକମାନେ ଆମ ସମାଜର ଗୋଟିଏ ଗୋଟିଏ ଆଦର୍ଶବାଦ ଏବଂ ଆମ ଜୀବନର ଏକ ପରିପୃଷ୍ଠ ଅଧ୍ୟାୟ ବୋଲି କହିଛନ୍ତି। ସେମାନଙ୍କର ସ୍ୱାସ୍ଥ୍ୟ ଚିକିତ୍ସା ଆମ ମାନଙ୍କର କେବଳ ଦାୟିତ୍ୱ ନୁହେଁ, ଏହା ଆମ ମାନଙ୍କର କର୍ତବ୍ୟ ବୋଲି ରାଜ୍ୟପାଳ କହିଥିବାବେଳେ ହାଇଟେକ୍ ଗ୍ରୁପ୍ ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ ବରିଷ୍ଠ ନାଗରିକମାନଙ୍କର ସୁଚିକିତ୍ସା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶରେ ସମ୍ପୂର୍ଣ୍ଣ ରୂପେ ଦେୟମୁକ୍ତ ଭାବେ ହାଇଟେକ୍ ମେଡିକାଲ କଲେଜରେ ଚିକିତ୍ସା କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି। ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆର ସଭା ସଂପାଦକ ଓ.ପି ଶର୍ମା, ସଭାପତି ଅତୁଲ କୁଲଶ୍ରେଷ୍ଠା ଆନୁଷ୍ଠାନିକ ଭାବେ ଜେରିଆଟ୍ରିକ୍ ସୋସାଇଟିର ସମ୍ମିଳନୀକୁ ସାଧାରଣ ମଣିଷମାନଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କହିଥିବାବେଳେ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ର ଡକ୍ଟର ମହେଶ କୁମାର ରଥ ଜେରିଆଟ୍ରିକ୍ ସୋସାଇଟି ଓଡିଶା ଚାପ୍ଟର ର ସଂପାଦକ ଭାବେ ଏହି ସମ୍ମିଳନୀ ପ୍ରତ୍ୟେକଟି ସାଧାରଣ ମଣିଷଙ୍କର ଦୈନନ୍ଦିନ କାର୍ଯ୍ୟରେ ଆସିବା ସହ ବରିଷ୍ଠ ନାଗରିକମାନଙ୍କର ସୁଚିକିତ୍ସା କେବଳ କର୍ଭବ୍ୟ ନୁହେଁ ଏହା ଏକ ଆଦର୍ଶ ଜୀବନର ପରିଚାଳକ ହେବ ବୋଲି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande