ଭୁବନେଶ୍ୱର,୨୧ ଜୁନ (ହି.ସ)- ସହାୟତା ଘୋଣା ପରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦିଆଯାଇଛି। ଧନ୍ୟବାଦ ଦେବାକୁ ରାଜ୍ୟ ଅତିଥି ଭବନରେ ପହଂଚିଛନ୍ତି କେନ୍ଦୁପତ୍ର କର୍ମଚାରୀ । ରାଜ୍ୟର ଲକ୍ଷ ଲକ୍ଷ ତୋଳାଳୀ, ବନ୍ଧାଳୀ, ସିଜିନାଲ ଷ୍ଟାଫଙ୍କ ପାଇଁ ରାଜ୍ୟ ସରକାର ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଥିବାରୁ ଧନ୍ୟବାଦ ଦେବା ପାଇଁ ପହଂଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଅପେକ୍ଷା କରିଛନ୍ତି । ଏହି ସଂଘରେ କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ନୂଆପଡା, ସୋନପୁର ଓ ବୌଦ୍ଧ ଆଦି ଜିଲ୍ଲାର କର୍ମଚାରୀ ମାନେ ପହଞ୍ଚିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା