ଭୁବନେଶ୍ୱର, 21 ଜୁନ୍ (ହି.ସ.)- ଆଜି ବାଣପୁର
ସ୍ଥିତ କୃତ୍ତିବାସ ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି । ବାଣପୁର ବ୍ଲକ
ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଆଶାମଣୀ ସାହୁ,କୁଲେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ
ଏବଂ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବହୁ ୱାର୍ଡ ସଭ୍ୟ/ସଭ୍ୟା, ବିଜେଡ଼ିର କାର୍ଯ୍ୟକର୍ତ୍ତା ଓ କୁଲେଇ ପଞ୍ଚାୟତର ବିଜେଡି କାର୍ଯ୍ୟକର୍ତ୍ତା ମାନେ ବିଜୁ
ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବଳିଷ୍ଠ ନେତୃତ୍ୱ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିକାଶ ମୂଳକ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା
ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ୍ ହେଲେ।
ବିଜେପିରେ ସାମିଲ ହୋଇଥିବା
ସମସ୍ତ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭା.ଜ.ପା ପରିବାରକୁ ସ୍ବାଗତ
କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ମିଶ୍ରଣ ପର୍ବ ଚିଲିକା ନିର୍ବାଚନ
ମଣ୍ଡଳୀ ସମେତ ଓଡ଼ିଶାରେ ‘ବିଜେପିର ବିଜୟ ସଂକଳ୍ପ’ ଯାତ୍ରାକୁ ସୁଦୃଢ଼ କରିବ।ଆଜିର ମିଶ୍ରଣ ପର୍ବ ଦଳର ସଂଗଠନକୁ ତୃଣମୂଳ
ସ୍ତରରେ ଅଧିକ ମଜବୁତ୍ କରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
ଏହି ମିଶ୍ରଣ ପର୍ବ
ସମାରୋହରେ ପୁରୀ ଲୋକସଭା କ୍ଷେତ୍ରର ସାଂସଦ ଡ଼ାଃ ସମ୍ବିତ ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ, ବାଣପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ରଣସିଂହ,ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ବାଣପୁର
ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଶ୍ରୀ ମାଧବ ପ୍ରଧାନଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ
ମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା