ଅନ୍ତର୍ଜାତୀୟ ଯୋଗ ଦିବସରେ ବିଶାଖାପାଟଣାରେ ପିଏମ ମୋଦିଙ୍କ ଉଦବୋଧନ- ‘ଯୋଗ ସାରା ବିଶ୍ୱକୁ ଯୋଡିଛି’
ବିଶାଖାପାଟଣା, 21 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆୟୋଜିତ ଜାତୀୟ ସମାରୋହରେ ବିଶ୍ୱର ସମସ୍ତ ଲୋକଙ୍କୁ ଯୋଗଦିବସର ଶୁଭେଚ୍ଛା ଜଣାଇଛନ୍ତି।ସେ କହିଛନ୍ତି ଯେ, ଆଜି 11ମ ଥର ପାଇଁ ସମ୍ପୂର୍ଣ୍ଣ ବିଶ୍ୱ ଏକାସାଥିରେ ଯୋଗ କରୁଛି।
ଅନ୍ତର୍ଜାତୀୟ ଯୋଗ ଦିବସରେ ବିଶାଖାପାଟଣାରେ     ପିଏମ ମୋଦିଙ୍କ ଉଦବୋଧନ- ‘ଯୋଗ ସାରା ବିଶ୍ୱକୁ ଯୋଡିଛି’


ବିଶାଖାପାଟଣା, 21 ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆୟୋଜିତ ଜାତୀୟ ସମାରୋହରେ ବିଶ୍ୱର ସମସ୍ତ

ଲୋକଙ୍କୁ ଯୋଗଦିବସର ଶୁଭେଚ୍ଛା ଜଣାଇଛନ୍ତି।ସେ କହିଛନ୍ତି ଯେ, ଆଜି 11ମ ଥର ପାଇଁ ସମ୍ପୂର୍ଣ୍ଣ ବିଶ୍ୱ ଏକାସାଥିରେ ଯୋଗ କରୁଛି। ଯୋଗର ସରଳ ଅର୍ଥ ହେଉଛି ଯୋଡିବା ।ଏହା ଦେଖିବାକୁ ବହୁତ ଖୁସି ଲାଗେ

ଯେ କିପରି ଯୋଗ ପୂରା ବିଶ୍ୱକୁ ଏକତ୍ର କରିଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,

ମୋ ଗର୍ବ ହୋଇଥାଏ ଯେତେବେଳେ ମୁଁ ଦେଖେ ଯେ, ଆମର ଦିବ୍ୟାଙ୍ଗ

ସାଥୀମାନେ ଯୋଗଶାସ୍ତ୍ର ପଢ଼ନ୍ତି।ବୈଜ୍ଞାନିକମାନେ ମହାକାଶରେ ଯୋଗ କରନ୍ତି।ଗାଁ ଗାଁରେ ଯୁବ ସାଥୀମାନେ ଯୋଗ

ଅଲମ୍ପିଆଡରେ ଅଂଶ ନେଉଛନ୍ତି। ସେ କହିଛନ୍ତି,

ବିଶାଖାପଟ୍ଟନମ୍ ସହର ପ୍ରକୃତି ଓ ପ୍ରଗତି ଉଭୟର ସଙ୍ଗମ

ସ୍ଥଳୀ ଅଟେ ।ଯୋଗାନ୍ଦ୍ର ଅଭିଯାନ ସହିତ 2 କୋଟିରୁ ଅଧିକ ଲୋକ ଯୋଡି ହୋଇଛନ୍ତି।ଲୋକଙ୍କର ଏହି ଅଂଶଗ୍ରହଣ ଭାବନା

'ବିକାଶଶୀଳ ଭାରତ'ର ମୂଳ ଆଧାର ଅଟେ ।

ସେ କହିଛନ୍ତି,

ବିଶ୍ୱରେ ଯୋଗର ପ୍ରସାର ପାଇଁ ଭାରତ ଯୋଗବିଜ୍ଞାନକୁ ଆଧୁନିକ

ଗବେଷଣା ଦ୍ୱାରା ଆଉ ଅଧିକ ସଶକ୍ତ କରୁଛି।ଦେଶର ବଡ଼ ବଡ଼ ଚିକିତ୍ସା ପ୍ରତିଷ୍ଠାନମାନେ ଯୋଗ ଉପରେ

ଗବେଷଣାରେ ଲାଗିଛନ୍ତି।ଯୋଗର ବୈଜ୍ଞାନିକତାକୁ ଆଧୁନିକ ଚିକିତ୍ସା ପଦ୍ଧତିରେ ସ୍ଥାନ ମିଳିବା –

ଏହି ହେଉଛି ଆମର ପ୍ରୟାସ। ପ୍ରଧାନମନ୍ତ୍ରୀ ମୋଦୀ ବିଶାଖାପଟ୍ଟନମ୍‌ରୁ ଜାତୀୟ କାର୍ଯ୍ୟକ୍ରମର

ନେତୃତ୍ୱ ନେଇଛନ୍ତି।

ଏହି ବର୍ଷର ଥିମ୍ ଏକ

ପୃଥିବୀ, ଏକ ସ୍ୱାସ୍ଥ୍ୟ

ପାଇଁ ଯୋଗ ଅଟେ । ଏହି ବୈଶ୍ୱିକ ସ୍ୱାସ୍ଥ୍ୟର ଭାରତର ଦୃଷ୍ଟିକୋଣକୁ ପ୍ରତିଧ୍ୱନିତ କରେ ଓ

କଲ୍ୟାଣର ଏକତ୍ର ଦୃଷ୍ଟିକୋଣକୁ ପ୍ରଦର୍ଶିତ କରେ। ଏହା ସର୍ବେ ସନ୍ତୁ ନିରାମୟା

(ସମସ୍ତେ ରୋଗମୁକ୍ତ ହେଉନ୍ତୁ) ବୋଲି ଭାରତୀୟ ଚିନ୍ତାଧାରାରୁ ପ୍ରେରିତ ହୋଇ,

ମାନବ ଓ ପୃଥିବୀ ସ୍ୱାସ୍ଥ୍ୟର ପରସ୍ପର ସଂପର୍କ ଉପରେ

ଗୁରୁତ୍ୱ ଦେଇଥାଏ । ପ୍ରଧାନମନ୍ତ୍ରୀ ମୋଦି କାଲି ସନ୍ଧ୍ୟାରେ ବିଶାଖାପଟ୍ଟଣମରେ ପହଞ୍ଚିଥିଲେ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାୟଡୁ ତାଙ୍କୁ ସ୍ବାଗତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande