ପାକିସ୍ତାନକୁ ଚେତାଇଲେ ରାଜନାଥ ସିଂ-ଭାରତୀୟ ମାଟିରେ ଆତଙ୍କବାଦୀ ଆକ୍ରମଣ କଲେ ରକ୍ଷା ନାହିଁ
ଉଧମପୁର, 21 ଜୁନ୍ (ହି.ସ.) -ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଭବିଷ୍ୟତରେ ଭାରତ ଭୂମିରେ ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ପାକିସ୍ତାନକୁ ଗୁରୁତର ପରିଣାମ ଭୋଗିବାକୁ ପଡିବ। ଅପେରେସନ୍ ସିନ
ପାକିସ୍ତାନକୁ ଚେତାଇଲେ     ରାଜନାଥ ସିଂ-ଭାରତୀୟ ମାଟିରେ ଆତଙ୍କବାଦୀ ଆକ୍ରମଣ କଲେ ରକ୍ଷା ନାହିଁ


ଉଧମପୁର, 21 ଜୁନ୍ (ହି.ସ.)

-ପ୍ରତିରକ୍ଷାମନ୍ତ୍ରୀ

ରାଜନାଥ ସିଂହ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ,

ଭବିଷ୍ୟତରେ ଭାରତ ଭୂମିରେ ଯଦି କୌଣସି ଆତଙ୍କବାଦୀ

ଆକ୍ରମଣ ହୁଏ, ତେବେ ପାକିସ୍ତାନକୁ

ଗୁରୁତର ପରିଣାମ ଭୋଗିବାକୁ ପଡିବ। ଅପେରେସନ୍ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଭାରତ ଏହି

ବିପଦ ବିରୋଧରେ କୌଣସି ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ

ସିଂହ ଆଜି ଯୋଗଦିବସ ଅବସରରେ ଉତ୍ତର କମାଣ୍ଡର ଯବାନମାନଙ୍କୁ ସମ୍ବୋଧନ କରିବା ସମୟରେ

ପାକିସ୍ତାନକୁ ଏହି କଡା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଅପରେସନ୍

ସିନ୍ଦୂର ଏହି ବାର୍ତ୍ତା ଦେଇଛି ଯେ, ଭାରତ ବିରୋଧରେ ପାକିସ୍ତାନର 'ହଜାର କଟ୍' ନୀତି କେବେ ବି ସଫଳ

ହେବ ନାହିଁ। ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହିତ ଉପସ୍ଥିତ ରହିଥିବା ସିଂହ କହିଛନ୍ତି

ଯେ, ଅପରେସନ୍ ସିନ୍ଦୂର

ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏହି ଅଭିଯାନ ମାଧ୍ୟମରେ ଆମେ ପାକିସ୍ତାନକୁ ସ୍ପଷ୍ଟ କରିଦେଇଛୁ ଯେ

ଭାରତ ବିରୋଧରେ ଚାଲୁଥିବା ଆତଙ୍କବାଦକୁ ଆମେ କେବେ ବି ବରଦାସ୍ତ କରିବୁ ନାହିଁ। ଏହାର ଜବାବ ଦିନକୁ

ଦିନ ଅଧିକ କଠୋର ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande