ଧର୍ମଶାଳା,୨୧ଜୁନ୍(ହି.ସ.) - ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରୁ ଗତକାଲି ବିଳମ୍ୱିତ ରାତି ରେ ଦୃର୍ବୁତ ଘରେ ପଶି ଚୋରି କରି ନେଇ ଯାଇଥିଲେ । ତେବେ ଆଜି ଭୋର ସମୟ ରେ ଗ୍ରାମର କିଛି ଲୋକ ଚୋରି କରିଥିବା ସ୍ଥାନୀୟ ଅଂଚଳର ଦୁଇ ନାବାଳକ ଙ୍କୁ ଧରି ପଚରାଉଚରା ପରେ ସେ ମାନିଥିବା ବେଳେ ଗ୍ରାମବାସୀ ଉଭୟ ନାବାଳକଙ୍କୁ ପୁଲିସ ଜିମା ଦେଇଛନ୍ତି । ଏମାନେ ନରସିଂହପୁର ଗ୍ରାମର ସତ୍ୟଭାମା ତରାଇଙ୍କ ଘରେ ପସି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ୫୦ହଜାର ରୁ ଅଧିକ ଟଙ୍କା ଚୋରି କରିନେଇଥିଲେ । ରାତିରେ ଘର ଲୋକେ ଶୋଇଥିବା ବେଳେ କେହି ଦୃର୍ବୁତମାନେ ଘରେ ପସି ଚୋରୀ କରିନେଇଥିଲେ । ଘରେ ଚୋରୀ ହୋଇଥିବା ଜାଣିବା ପରେ ପରିବାର ଲୋକେ ଖୋଜା ଖୋଜି କରିବାରୁ ଘର ପଛ ପଟ ରାସ୍ତା ଦେଇ ଚୋର ଯାଇଥିବା ଚିହ୍ନ ଦେଖିବାକୁ ପାଇଥିଲେ । ସନ୍ଧେହରେ ପରିବାର ଲୋକେ ଓ ଗ୍ରାମବାସୀ ମିଳିତ ଭାବେ ଯାଇଁ ନୀଳକଣ୍ଠପୁର ନିକଟସ୍ଥ ଏକ ଘର ପାଖରୁ ଦୁଇ ନାବାଳକ ଙ୍କୁ କାବୁ କରିଥିଲେ । ଏହି ଦୁଇ ନାବାଳକ ଚୋରି କରି ନୀଳକଣ୍ଠପୁର ଗ୍ରାମରେ ଜଣ ଙ୍କ ଘରେ ଦେଇଥିବା ମାନି ଥିଲେ । ପରେ ପୁଲିସ ପହଂଚିି ଉକ୍ତ ଦୁଇ ନାବାଳକଙ୍କୁ ଥାନରେ ଅଟକ ରଖି ପଚରାଉଚରା କରିବା ପରେ ମୂଖ୍ୟ ଅଭିଯୁ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଧର୍ମଶାଳା ଥାନା ଅଂଚଳରେ ଦିନକୁ ଦିନ ଚୋରି ବଢୁଥିବା ବେଳେ ଚୋରି ରୋକିବାରେ ପୁଲିସ ବିଫଳ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ