ପୁରୀ ପୋଲିସ ଓ ଏନଜିଓ ସମନ୍ୱୟ ବୈଠକ
ପୁରୀ, ୨୧ ଜୁନ୍ (ହି.ସ.) - ପୁରୀ ପୋଲିସ ଓ ଏନଜିଓର କର୍ମକର୍ତା ମାନେ ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟ ସଭାଗୃହରେ ଶନିବାର ପୂର୍ବାହ୍ନରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ରଥଯାତ୍ରାରେ ୪୬୯ ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ସମ୍ପାଦକ ଓ ସଦସ୍ୟ ମାନେ ଯୋଗଦେଇ ଥିଲେ । ଏହି ବୈଠକରେ
ପୁରୀ ପୋଲିସ ଓ ଏନଜିଓ ସମ୍ବନୟ ବୈଠକ


ପୁରୀ, ୨୧ ଜୁନ୍ (ହି.ସ.) - ପୁରୀ ପୋଲିସ ଓ ଏନଜିଓର କର୍ମକର୍ତା ମାନେ ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାଳୟ ସଭାଗୃହରେ ଶନିବାର ପୂର୍ବାହ୍ନରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ରଥଯାତ୍ରାରେ ୪୬୯ ଟି ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଭାପତି ସମ୍ପାଦକ ଓ ସଦସ୍ୟ ମାନେ ଯୋଗଦେଇ ଥିଲେ । ଏହି ବୈଠକରେ ଏସପି ବିନୀତ ଅଗ୍ରୱାଲ ଅଧ୍ୟକ୍ଷତା କରି କହିଲେ ରଥଯାତ୍ରା ହେଉଛି ଆମ ସମସ୍ତଙ୍କ ପବିତ୍ର ଉତ୍ସବ । ଏହାକୁ ସଫଳ କରିବା ପାଇଁ ଏନଜିଓମାନଙ୍କ ସେବାଦାନ ଅମୂଲ୍ୟ । ଆପଣ ମାନଙ୍କ ଭାବନା ଓ ସମର୍ପଣ ଭାବ ନେଇ ଯେମିତି ଅଗ୍ରସର ହେଉଛନ୍ତି ସେଥିପାଇଁ ପୁରୀ ପୋଲିସ ଓ ଭକ୍ତ ମାନେ ଆପଣ ମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି । ବଡଦାଣ୍ଡ ରାସ୍ତା ଜାମ୍ ନ ହେବାକୁ ଦେବା ଏବଂ ଅନାବଶ୍ୟକ ବସ୍ତୁ ରାସ୍ତାରେ ନ ରଖିବାକୁ ଅନୁରୋଧ । ଖାଦ୍ୟ ଓ ପାନୀୟ ବଂଟନ ସମୟରେ ସଫା ସୁତୁରା ଓ ପରିଚ୍ଛନ୍ନତା ରଖିବା । ସାଧାରଣ କର୍ଡନ ଏରିଆରେ ଅନାବଶ୍ୟକ ଭାବରେ ପ୍ରବେଶ କରିବା ନିଷିଦ୍ଧ । ଜରୁରୀକାଳୀନ ଗାଡ଼ି ଚଳାଚଳ ପାଇଁ ବଡଦାଣ୍ଡରେ ସହଯୋଗ ସତର୍କତା ସହିତ କରିବା । ଭାରି ତାପମାନ ସମୟରେ ଭକ୍ତଙ୍କୁ ପାଣି ଛିଟା ଦେଇ ରାହତ ଦେବା ବେଳେ ସତର୍କତା ରଖିବା କୌଣସି ଭକ୍ତଙ୍କ ଆଖିରେ ପାଣି ପଡି ଆଘାତ ନ ହୁଅନ୍ତୁ । ଗରମ ଖାଦ୍ୟ ଠିକ୍ ଭାବେ ରଖିବା, ଯାହା ଭକ୍ତଙ୍କୁ ଛୁଇଁ ବା ଜଳିବା ସମସ୍ୟା ନ ହୁଏ। ବାହନ ବା ଅନ୍ୟାନ୍ୟ ବସ୍ତୁ ଅନ୍ୟାବଶ୍ୟକ ଭାବରେ ବଡଦାଣ୍ଡରେ ରଖି ଭକ୍ତମାନେ ପାଇଁ ବାଧା ସୃଷ୍ଟି କରିବା ନିଷିଦ୍ଧ। ଖାଦ୍ୟ ବଂଟନ କରୁଥିବା ଏନଜିଓମାନେ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟ ରକ୍ଷା ମାନଦଣ୍ଡ ଅନୁସରଣ କରିବେ । ପ୍ରଥମିକ ଚିକିତ୍ସା ସେବାରେ ବ୍ୟବହୃତ ଇଞ୍ଜେକସନ୍‌, ସିରିଞ୍ଜ ଓ ନିଡେଲ୍ ଠିକ୍ ଭାବେ ରଖିବା । ଏନଜିଓ ଆମ୍ବୁଲାନ୍ସ୍ ସେବା ନିଦ୍ଧିଷ୍ଟ ଅଳରେ ପାର୍କିଂ କରିବେ ଏବଂ ନିୟମ ଅନୁସରଣ କରିବେ । ଷ୍ଟ୍ରେଚର ସେବା ଦେଇଥିବା ସମୟରେ ଭକ୍ତମାନେ କୌଣସି ଅସୁବିଧା ନ ହୁଅନ୍ତୁ ସାବଧାନ ହେବା । ପ୍ଲାଷ୍ଟିକ ବ୍ୟବହାର କମ କରିବା ତା ପାଇଁ ସଚେତନତା କରିବା ବିଶ୍ରାମ ଶିବିର ସଫା ଓ ସୁସଜ୍ଜିତ ରଖିବା । ଶୌଚାଳୟ ସେବା ପାଇଁ ଅତିରିକ୍ତ ସହଯୋଗ ଦେବା ହଜିଯାଇଥିବା ଶିଶୁ/ବୃଦ୍ଧ ବ୍ୟକ୍ତିଙ୍କୁ ଥାନାରେ ଯୋଗାଯୋଗ କରାଇବା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରତାପ, ଡିସି ଶ୍ରୀ ଜିତେନ୍ଦ୍ର କୁମାର ଦେହୁରୀ, ଟ୍ରାଫିକ ଡିସପି ରାଜକୁମାର ପରିଡା, ସିଂହଦ୍ୱାର, ଟାଉନ୍‌, କୁମ୍ଭରପଡ଼ା ଓ ସମୁଦ୍ରକୁଳ ପୋଲିସ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ। ସଭା ଶେଷରେ ସମସ୍ତ ଏନଜିଓ ପ୍ରତିନିଧିମାନେ ଏହି ବର୍ଷ ପୁରୀ ପୋଲିସଙ୍କ ବହୁତ ସହଯୋଗ ପ୍ରତି ଆନନ୍ଦିତ ଓ ଗର୍ବିତ ବୋଧ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande