ରେଳ ଲେବେଲକ୍ରସିଂ ରାସ୍ତା ସମସ୍ୟାରେ ଲୋକେ କଲବଲ
ଭଦ୍ରକ, ୨୧ ଜୁନ୍ (ହି.ସ.) - ଛତାବର-ନିଳକ ପୂର୍ତ ରାସ୍ତାରେ ମଞ୍ଜୁରୀରୋଡ଼ ରେଳ ଲେବେଲ କ୍ରସିଂର ଉଭୟ ପାଖରେ ପ୍ରାୟ ୫୦ ମିଟର ଲେଖାଏଁ ରାସ୍ତାର ମରାମତି ହେଉନଥିବାରୁ ଯାତାୟାତ ସମୟରେ ଲୋକମାନେ ସମସ୍ୟା ଭୋଗୁଛନ୍ତି।ବିଶେଷକରି ଅସରାଏ ବର୍ଷା ହେଲେ ଯିବା ଆସିବା ପାଇଁ ଲୋକେ କଲବଲ ହେଉଛନ୍ତି।ଏହି ରାସ୍ତା ଦେ
rail leval crasing


ଭଦ୍ରକ, ୨୧ ଜୁନ୍ (ହି.ସ.) - ଛତାବର-ନିଳକ ପୂର୍ତ ରାସ୍ତାରେ ମଞ୍ଜୁରୀରୋଡ଼ ରେଳ ଲେବେଲ କ୍ରସିଂର ଉଭୟ ପାଖରେ ପ୍ରାୟ ୫୦ ମିଟର ଲେଖାଏଁ ରାସ୍ତାର ମରାମତି ହେଉନଥିବାରୁ ଯାତାୟାତ ସମୟରେ ଲୋକମାନେ ସମସ୍ୟା ଭୋଗୁଛନ୍ତି।ବିଶେଷକରି ଅସରାଏ ବର୍ଷା ହେଲେ ଯିବା ଆସିବା ପାଇଁ ଲୋକେ କଲବଲ ହେଉଛନ୍ତି।ଏହି ରାସ୍ତା ଦେଇ ସ୍ଥାନୀୟ ଲୋକଙ୍କ ସହ ନାଆମୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ବନ୍ତ ଓ ହାଟଡ଼ିହି ବ୍ଲକ ଅଂଚଳକୁ ଯାଉଥିବା ଲୋକମାନେ ଯାତାୟାତ କରିଥାନ୍ତି।ଛତାବର-ନିଳକ ପୂର୍ତ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ମଞ୍ଜୁରୀରୋଡ଼ ବଜାର ପୂର୍ବରୁ ବନ୍ଦ ରହିଛି।ସେହିପରି ରେଳବାଇ କର୍ତୃପକ୍ଷ ମଞ୍ଜୁରୀରୋଡ଼ ରେଳଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ନବୀକରଣ କରି ପେଭର ଟାଇଲ ପକାଇଥିଲେ ବି ଏହି ରାସ୍ତା ମରାମତି ପ୍ରତି ଦୃଷ୍ଟି ଦେଇନାହାନ୍ତି।ଫଳରେ ଉଭୟ ପୂର୍ତ ଓ ରେଳବାଇ ବିଭାଗର ସୀମାବର୍ତି ଅଂଚଳର ଉଭୟ ପାର୍ଶ୍ୱର ରାସ୍ତା ମରାମତି ପ୍ରତି ଦୃଷ୍ଟି ଦେଉନଥିବା ଯୋଗୁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି।ଏଥିପ୍ରତି ସମ୍ପୃକ୍ତ ବିଭାଗର ଅଧିକାରୀ ମାନେ ଦୃଷ୍ଟି ଦେବାକୁ ଦାବି ହେଉଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande