ଭୁବନେଶ୍ୱର, 21 ଜୁନ୍ (ହି.ସ.)
- ଫୁଲବାଣୀ
ଗସ୍ତ ସମୟରେ ପକନା ଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ବିଦ୍ୟାଳୟ ୨ ଦିନ ହେଲା ଖୋଲିବାକୁ ନିର୍ଦ୍ଦେଶ
ଥିଲେ ମଧ୍ୟ ଏହି ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ ହୋଇନାହିଁ ଯାହାକୁ ନେଇ ସେ ଦୁଃଖ ପ୍ରକାଶ
କରିଛନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଶିକ୍ଷୟିତ୍ରୀ ମାନଙ୍କୁ କଡା ତାଗିଦ
କରିଛନ୍ତି ମନ୍ତ୍ରୀ।
ଶିକ୍ଷୟିତ୍ରୀ ମାନଙ୍କୁ ସେମାନଙ୍କ
କର୍ତ୍ତବ୍ୟକୁ ଠିକ୍ ସେ ପାଳନ କରିବାକୁ ଆଦେଶ ଦେଇଛନ୍ତି ମନ୍ତ୍ରୀ। ଏହା ସହିତ ବିଦ୍ୟାଳୟର
ପରିବେଶ ଅସଜଡ଼ା ହୋଇ ପଡ଼ି ରହିବା ମଧ୍ୟ ଅଶୋଭନୀୟ ଅଟେ। ଆଗାମୀ ଦିନରେ ସବୁ କିଛି ଠିକ୍ କରିବା
ସହିତ ସମସ୍ତ କ୍ଷେତ୍ରରେ ଏ ବିଦ୍ୟାଳୟ ଆଗକୁ ଯିବ ବୋଲି ଆଶା ରଖିଛନ୍ତି। ଯଦି କୌଣସି ଖିଲାପ
ପୁଣି ସାମ୍ନାକୁ ଆସେ ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିତ୍ୟାନନ୍ଦ ଗଣ୍ଡ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା