ଭୁବନେଶ୍ୱର,୨୧ ଜୁନ (ହି.ସ)- ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ହେବାକୁ ଯାଉଛି ଷଷ୍ଠ ଓଡିଶା ପର୍ଯ୍ୟଟନ କନକ୍ଳେଭ । ଏନେଇ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହାରୋର ସେକ୍ରେଟାରି ଜେନେରାଲ ମିଲିନ୍ଦ ଗୁପ୍ତା କହିଛନ୍ତି ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ସାରା ବିଶ୍ୱ ଦରବାରରେ ପହଞ୍ଚାଇବା ଏହି କନକ୍ଳଭେର ଲକ୍ଷ୍ୟ । ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ବିକାଶ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କଣ ସବୁ ପଦକ୍ଷେପ ନିଆଯିବ ସେହି ସମ୍ପର୍କରେ ଆଲୋଚନା କରାଯିବ। ଓଡିଶାକୁ ୨୧ ରାତ୍ରିର ରହଣି ସ୍ଥଳରେ ପରିଣତ କରିବା କନକ୍ଳେଭର ମୂଳ ଉଦେଶ୍ୟ ରହିଛି। ଏଥିରେ ରାଜ୍ୟର ୨୧ଟି ସ୍ଥାନ ଦେଖାଇବାକୁ ଚାହୁଁଛୁ ବୋଲି କହିଛନ୍ତି ଆୟୋଜକ। ଏହା ଦ୍ୱାରା ପର୍ଯ୍ୟଟନ ଅର୍ଥନୀତି ସମୃଦ୍ଧ ହେବ। ଏହି କାର୍ଯ୍ୟକ୍ରମରେ ୫ ଟି ସେସନ ରହିବା ସହ ଟେକନିକାଲ ସେସନ ରହିବ। ଯେଉଁଥିରେ ହୋଟେଲ ଟୁର ଅପରେଟର ସଭାପତି, ସ୍କିଲ ଡେଭଲପମେଂଟ ତଥା ବିଭିନ୍ନ ବର୍ଗର ଷ୍ଟେକ ହୋଲଡର ମାନେ ରହିବେ। କେନ୍ଦ୍ର ମନ୍ତ୍ରୀ ,ସାଂସଦଙ୍କ ସହ ଉପମୁଖ୍ୟ ମନ୍ତ୍ରୀ ଓ ଟୁରୁଷ୍ଟ ସେକ୍ଟରେ କାର୍ଯ୍ୟ କରୁଥିବା ବରିଷ୍ଠ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ରହିବେ। ଓଡିଶାକୁ ଏକ ନମ୍ବର ଟୁରିଷ୍ଟ ଡେଷ୍ଟିନେସନ କରିବା ଏହି କନକ୍ଲେଭ ର ମୂଳ ଉଦେଶ୍ୟ। ଓଡ଼ିଶାର ପର୍ଯ୍ୟଟନ ବିକାଶ ଦିଗରେ ପ୍ରସ୍ତାବ ଆସିବ। ଏହାକୁ ସରକାରଙ୍କ ନିକଟରେ ଉପସ୍ଥାପିତ କରାଯିବ। ପର୍ଯ୍ୟଟନର ସବୁ କ୍ଷେତ୍ରକୁ କଭର କରାଯିବ। ପର୍ଯ୍ୟଟନ କ୍ଷେତ୍ର ପାଇଁ ଅଧିକ କେନ୍ଦ୍ରୀୟ ବଜେଟର ସହ ରାଜ୍ୟ ସରକାରଙ୍କ ଭୂମିକାକୁ ପର୍ଯ୍ୟଟନ ଶିଳ୍ପକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରିବାରେ ସହାୟ ହେବ। ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହ ଭଲ ରାସ୍ତା ଓ ଭିତ୍ତିଭୂମି ରାଜ୍ୟ ପର୍ଯ୍ୟଟନ ସ୍ଥଳୀ କୁ ଆହୁରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସହାୟ ହେବ । ରାଜ୍ୟରେ ପର୍ଯ୍ୟଟନକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି । ସରକାରଙ୍କ ସହଯୋଗ ସହ ଦ୍ୱାରା ଆଗାମୀ ଦିନରେ ଏହି।ଶିଳ୍ପର ପ୍ରଚାର ପ୍ରସାର ସହ ପର୍ଯ୍ୟଟକଙ୍କୁ ଓଡ଼ିଶା ଆସିବାକୁ ଆକୃଷ୍ଟ କରିବ। କେବଳ ଭୁବନେଶ୍ୱର ,କଟକ ନୁହେଁ, ପଶ୍ଚିମ ଓଡିଶା ଦକ୍ଷିଣ ଓଡିଶାକୁ ଫୋକସ ହେବା ଦରକାର। ପୁରୀ, କୋଣାର୍କ, ଚିଲିକା ଉପରେ ଫୋକସ ରହୁଛି କିଭଳି ରାଜ୍ୟର ଅନ୍ୟ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ ସେହି ଦିଗରେ ମଧ ଆଲୋଚନା କରାଯିବ । ରାଜ୍ୟର ମନ୍ଦିର ଟୁରିଜିମ ବିକାଶ ହେବା ଦରକାର ବୋଲି କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା