ଗତକାଲି କୁମାରୀ ଗ୍ରାମରୁ ମିଳିଥିବା ସନ୍ଧିଗ୍ଧ ବ୍ୟାଗରୁ ଗଞ୍ଜେଇ ଜବତ
ଧର୍ମଶାଳା,୨୧ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା କୁମାରୀ ପଂଚାୟତ ଲକ୍ଷ୍ମୀ ମଣ୍ଡପଠାରେ ଜଣେ ସନ୍ଧିଗ୍ଦ ମହିଳା ଦୁଇଗୋଟି ଏୟାର ବ୍ୟାଗ ଜଣଙ୍କ ଘର ପଛପଟ ବାରଣ୍ଡାରେ ରଖି କେଉଁ ଆଡେ ଫେରାର ହୋଇଯାଇଛି । ଏହି ବ୍ୟାଗ ଗତକାଲି ଦିନ ଦୁଇଟାକୁ ରାତି ପର୍ଯ୍ୟନ୍ତ ଜଣକ ଘର ପଛ ବାରଣ୍ଡାରେ ରହିଥିବା ବେ
ଗତକାଲି କୁମାରୀ ଗ୍ରାମରୁ ମିଳିଥିବା ସନ୍ଧିଗ୍ଧ ବ୍ୟାଗରୁ ଗଞ୍ଜେଇ ଜବତ


ଧର୍ମଶାଳା,୨୧ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା କୁମାରୀ ପଂଚାୟତ ଲକ୍ଷ୍ମୀ ମଣ୍ଡପଠାରେ ଜଣେ ସନ୍ଧିଗ୍ଦ ମହିଳା ଦୁଇଗୋଟି ଏୟାର ବ୍ୟାଗ ଜଣଙ୍କ ଘର ପଛପଟ ବାରଣ୍ଡାରେ ରଖି କେଉଁ ଆଡେ ଫେରାର ହୋଇଯାଇଛି । ଏହି ବ୍ୟାଗ ଗତକାଲି ଦିନ ଦୁଇଟାକୁ ରାତି ପର୍ଯ୍ୟନ୍ତ ଜଣକ ଘର ପଛ ବାରଣ୍ଡାରେ ରହିଥିବା ବେଳେ ସ୍ଥାନୀୟ ପୁଲିସ ବ୍ୟାଗ ନିକଟକୁ ଯିବା ପାଇଁ ଭୟ କରିଥିଲା । ଫଳରେ ପୁଲିସ କିଛି ଦୁରରେ ରହି ବ୍ୟାଗକୁ ଜଗିରହିଥିଲା । ବିଳମ୍ବିତ ରାତିରେ ଏକ୍ସପର୍ଟ ପୁଲିସ ଆସି ବ୍ୟାଗକୁ ଖୋଲିବା ପରେ ସେଥିରେ ଗଞ୍ଜେଇ ରହିଥିବା ଜଣାପଡିଥିଲା । ପରେ ପୁଲିସ ଗଞ୍ଜେଇ ଭର୍ତି ଉକ୍ତ ବ୍ୟାଗ ଦୁଇଟିକୁ ଜବତ କରି ଥାନାକୁ ନେଇ ଥିଲା । ଆଜି ଏହାକୁ ଓଜନ କରିବା ପରେ ଉଭୟ ବ୍ୟାଗରେ ୯ କିଲୋରୁ ଉର୍ଦ୍ଧ ଗଞ୍ଜେଇ ରହିଥିବା ଜଣାପଡିଥିଲା । ତେବେ କିଏ କେଉଁ ପରିସ୍ଥିତିରେ ଏଠାରେ ଗଞ୍ଜେଇ ଭର୍ତୀ ବ୍ୟାଗ ରଖି ଫେରାର ହୋଇଗଲା ତାହାକୁ ନେଇ ଧର୍ମଶାଳା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande