ଜଳ ସମ୍ପଦ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଭୁବନେଶ୍ୱର,୨୧ ଜୁନ (ହି.ସ)- ଜଳ ସମ୍ପଦ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଅବସରରେ ରାଜୀବ ଭବନ ଠାରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ନରହରି ସେଠୀ, ଅଶୋକ କୁମାର ବେହେରା ଓ ଅତିରିକ୍ତ ଶାସନ ସଚିବ ଶ୍
ଜଳ ସମ୍ପଦ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ଭୁବନେଶ୍ୱର,୨୧ ଜୁନ (ହି.ସ)- ଜଳ ସମ୍ପଦ ବିଭାଗ ସାଂସ୍କୃତିକ ପରିଷଦ ତରଫରୁ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ଅବସରରେ ରାଜୀବ ଭବନ ଠାରେ ଏକ ଯୋଗ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ନରହରି ସେଠୀ, ଅଶୋକ କୁମାର ବେହେରା ଓ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଆରତୀ ରାଉତ, ଶ୍ରୀମତୀ ଲିନା କୁମାରୀ ଖେଶ୍‌, ସୁବ୍ରତ ନାୟକ, ଜୟକିଶୋର ମିଶ୍ର ତଥା ବିଭାଗସ୍ଥ ୧୦୦ ରୁ ଊର୍ଦ୍ଧ୍ୱ ବିଭିନ୍ନ ଅଧିକାରୀମାନେ ଯୋଗଦାନ କରିଥିଲେ । ଯୋଗ ପ୍ରଶିକ୍ଷକ ନିବେଦିତା ନାୟକଙ୍କ ତତ୍ତ୍ୱାବଧାନରେ ସମସ୍ତ ଅଧିକାରୀ ତଥା ଅନ୍ୟାନ୍ୟ କର୍ମଚାରୀମାନେ ଯୋଗାଭ୍ୟାସ କରିଥିଲେ । ଏହି ପରିପ୍ରେକ୍ଷୀରେ ପରିଷଦର ସଭାପତି ଜୟକିଶୋର ମିଶ୍ର ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ, ଆଧୁନିକ ଯୁଗରେ ସମସ୍ତେ ଚାପ ଗ୍ରସ୍ତ ହୋଇ ରହୁଛନ୍ତି । ଯୋଗ ଦ୍ୱାରା ଶରୀର ଓ ମନ ଭିତରେ ସନ୍ତୁଳନ ଓ ସମନ୍ୱୟ ରକ୍ଷା କରି ଏହି ଚାପକୁ ଦୂର କରି ହେବ ଓ ଏକ ସୁସ୍ଥ ସମାଜ ଗଠନ କରି ହେବ। ସେ ମଧ୍ୟ କହିଥିଲେ ଯେ, କେବଳ ଏହି ଗୋଟିଏ ଦିନ ନୁହେଁ, ଦୈନଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଯୋଗାଭ୍ୟାସ ଜାରି ରଖିବା ପାଇଁ ଆମେ ସମସ୍ତେ ପ୍ରତିଶୃତିବଦ୍ଧ ହେବାର ଆବଶ୍ୟକତା ରହିଛି ।ପରିଷଦର ସାଧାରଣ ସମ୍ପାଦକ ପ୍ରେମନାଥ ବେହେରା, କ୍ରୀଡା ସମ୍ପାଦକ ଉର୍ମିଳା ମାଝୀ ତଥା ଅନ୍ୟ କର୍ମକର୍ତ୍ତା ବୃନ୍ଦ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande