ଧର୍ମଶାଳା,୨୧ଜୁନ୍(ହି.ସ.) - ଯାଜପୁର ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ପତଞ୍ଜଳି ଯୋଗ ପ୍ରଚାର ସମିତି ଓ ଧର୍ମଶାଳା ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ଆଜି ପୂର୍ବାହ୍ନରେ ପାଳିତ ହୋଇଯାଇଛି । ସମାଜସେବୀ ମିନତୀ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୋଗ ଶିବିରକୁ ଅତିରିକ୍ତ ଏସିପି ଅମିତାଭ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ଶିବିରକୁ ଉଦଘାଟନ କରିଥିଲ । ଏସଡିପିଓ ଉମାକାନ୍ତ ନାୟକ, ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ, ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁଧୀର କୁମାର ସାହୁ ଓ ଧର୍ମଶାଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସ୍ୱରୂପାନନ୍ଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗର ଉପକାରିତା ଉପରେ ଆଲୋଚନା କରିଥିଲେ । ଧର୍ମଶାଳା ପ୍ରେସକ୍ଲବର ଉପଦେଷ୍ଟା ବଟକୃଷ୍ଣ ପରିଡ଼ା, ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଚ୍ୟାଉପଟ୍ଟନାୟକ, ସାଂସଦ ପ୍ରତିନିଧି କାହ୍ନୁଚରଣ ଦାଶ, ଇନରହୂଇଲ କ୍ଲବ ସଂପାଦିକା ଲୋପାମୁଦ୍ରା ଷଣ୍ଢ, ରୋଟାରିଆନ ପ୍ରଦୀପ ବରାଳ, ପ୍ରଧ୍ୟାପକ ବସନ୍ତ ତ୍ରିପାଠୀ, ରେଞ୍ଜର ଲିଡର ଅଧ୍ୟାପିକା ସସ୍ମିତା ପଣ୍ଡା, ରେଡକ୍ରସ ସଂଯୋଜିକା ଅଧ୍ୟାପିକା ଡ଼କ୍ଟର ସସ୍ମିତା ସାମଲ, ଶିକ୍ଷକ ଗଣେଶ୍ୱର ବେହେରା, ଇଂ ରବିନାରାୟଣ ସାହୁ ଓ ସତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ଯୋଗକୁ ସାର୍ବଜନୀନ କରାଗଲେ ସମସ୍ତେ ଏହାର ଉପକାରିତା ପାଇପାରିବେ ବୋଲି କହିଥିଲେ । ଜୁନ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରାଯାଉଛି । ଯୋଗଗୁରୁ ପ୍ରମୋଦ ମଲ୍ଲିକ ଯୋଗ ଶିକ୍ଷା ଦେଇଥିବା ବେଳେ ସାମାଜିକ କର୍ମୀ ରାଜେନ୍ଦ୍ର ବରାଳ, ରୋଟାରିଆନ ସୁକାନ୍ତ ସ୍ୱାଇଁ,ପ୍ରମୋଦ ସାମଲ ଓ ଇଂ ବିପିନ କିଶୋର ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି ଧର୍ମଶାଳା ରୋଟାରୀ କ୍ଲବ ପକ୍ଷରୁ ଜାରକା ହାଇସ୍କୁଲ ପଡିଆରେ ଯୋଗ ଦିବସ ପାଳନ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ