ଭଦ୍ରକ, ୨୨ ଜୁନ୍ (ହି.ସ.) - ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡିଦଳର ସଭାପତି ନବୀନ ପଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସେବାୟତଙ୍କ ପକ୍ଷରୁ ବୁଧବାର ରୁଦ୍ରାଭିଷେକ ସହ ୧୦୮କଳସ ଜଳଲାଗି କରାଯାଇଥିଲା। ଭୋର ୪ଟାରେ ବାବାଙ୍କ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ସରିବା ପରେ ସକାଳ ୬ଟାରେ ନବୀନ ପଟନାୟକଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ସେବାୟତମାନେ ୧୦୮କଳସ ଜଳ ଆଣିବା ସହ କ୍ଷୀର, ମହୁ ପଂଚାମୃତ ଆଦିରେ ବାବାଙ୍କ ନିକଟରେ ରୁଦ୍ରାଭିଷେକ କରିଥିଲେ। ପରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ବ୍ଯୋମକେଶ ରାୟଙ୍କ ସହ ଶହଶହ ମହିଳା ଓ ପୁରୁଷ ଦୀପ ଜାଳି ନବୀନଙ୍କର ଆଶୁ ଆରୋଗ୍ୟ ନିମନ୍ତେ ବାବାଙ୍କ ପାଖରେ ପାର୍ଥନା କରିଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ