କୁଚିଣ୍ଡା ଏନ.ଏ.ସି.ପକ୍ଷରୁ ଏକ ବର୍ଷ ପୂର୍ତ୍ତି ଉତ୍ସବ:  ଉଦଯାପନୀ ଉତ୍ସବରେ ୨୨ ଜଣ କବି ସମ୍ମାନିତ
କୁଚିଣ୍ଡା ଏନ.ଏ.ସି.ପକ୍ଷରୁ ଏକ ବର୍ଷ ପୂର୍ତ୍ତି ଉତ୍ସବ:  ଉଦଯାପନୀ ଉତ୍ସବରେ ୨୨ ଜଣ କବି ସମ୍ମାନିତ
କୁଚିଣ୍ଡା ଏନ.ଏ.ସି.ପକ୍ଷରୁ  ଏକ ବର୍ଷ ପୂର୍ତ୍ତି ଉତ୍ସବ:  ଉଦଯାପନୀ ଉତ୍ସବରେ ୨୨ ଜଣ କବି ସମ୍ମାନିତ


ସମ୍ବଲପୁର, ୨୨ ଜୁନ୍ (ହି.ସ.) ନୂତନ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ସପ୍ତାହ ବ୍ୟାପୀ ଉତ୍ସବର ଉଦପାନ ଦିବସରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ଟାଉନ ହଲରେ ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସୁନାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମର ସଫଳତା ଉପରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ପଞ୍ଚାୟତି ରାଜ,ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜକ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପଲବ୍ଧି ସହ କୁଣ୍ଡର ଉନ୍ନୟନ ପାଇଁ ଥିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।ସେ କୁଚିଣ୍ଡା ର ବରିଷ୍ଠ କବି ,ଶିକ୍ଷାବିତ୍ ତଥା ପରିବେଶବିତ ସୁବାସ ଚନ୍ଦ୍ର ନାୟକଙ୍କ ସହିତ ଏହି ଅଞ୍ଚଳର ୨୨ ଜଣ କବି ଓ କବିୟତ୍ରୀ ଙ୍କୁ ସମ୍ମାନିତ କରିଥିଲେ ।ସେ ରାଜ୍ୟର ଓଡ଼ିଆ ଅସ୍ମିତା ପାଇଁ କବି ମାନଙ୍କ ଯୋଗଦାନକୁ ମନେ ପକାଇଥିଲେ ।ଏହି ଉତ୍ସବରେ ଉପ ଜିଲ୍ଲାପାଳ ଡ଼. ଗୌରବ ମୟ ପଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସରକାରଙ୍କ ସମସ୍ତ ଲୋକ ହିତକର କାର୍ଯ୍ୟକ୍ରମ କୁ ପ୍ରଶାସନ ଆନ୍ତରିକତାର ସହ ପାଳନ କରିବ ବୋଲି ମତ ବ୍ୟକ୍ତ କରିଥିଲେ ।କାର୍ଯ୍ୟକ୍ରମରେ କୁଚିଣ୍ଡା ଏନ ଏ ସି ର ଅଧ୍ୟକ୍ଷ ପଦ୍ୟୁତ ମହାନ୍ତି ,ବିଡ଼ିଓ,ତହସିଲଦାର,ଏମ .ପି. ନୋମିନି ପ୍ରମୁଖ ମଞ୍ଚାସିନ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande