ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀକାଳୀନ ବୈଠକ : ସ୍ବାସ୍ଥ୍ୟ ବୀମା ଲାଗୁ କରିବା ପାଇଁ ସଂଘ ପକ୍ଷରୁ ଦାବି
ଜୟପୁର, ୨୨ ଜୁନ୍ (ହି.ସ.)- ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଛି I ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖାର ସଭାପତି ଶଶୀ ଭୂଷଣ ଦାସଙ୍କ ଆହ୍ବାନ କ୍ରମ
ସ୍ବାସ୍ଥ୍ୟ ବୀମା ଲାଗୁ କରିବା ପାଇଁ ସଂଘ ପକ୍ଷରୁ ଦାବି


ସ୍ବାସ୍ଥ୍ୟ ବୀମା ଲାଗୁ କରିବା ପାଇଁ ସଂଘ ପକ୍ଷରୁ ଦାବି


ଜୟପୁର, ୨୨ ଜୁନ୍ (ହି.ସ.)- ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଛି I ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖାର ସଭାପତି ଶଶୀ ଭୂଷଣ ଦାସଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ କର୍ମଚାରୀ ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ I କର୍ମଚାରି ମାନଙ୍କ ମୁଖ୍ୟ ଦାବି ସମସ୍ତ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ବୀମା ଯୋଗାଇ ଦେବା, ପୁରୁଣା ପେନସନ ପ୍ରଦାନ କରିବା ନିମନ୍ତେ ସରକାରଙ୍କୁ ଅନୁରୋଧ କରିବା ନିମନ୍ତେ ବୈଠକ ରେ ନିଷ୍ପତି ନିଆଯାଇଥିଲା I ବୈଠକରେ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟର ଜିଲ୍ଲା ଶାଖା ସମ୍ପାଦକ ମହେଶ୍ୱର ମିଶ୍ର, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ସମ୍ପାଦକ ସଞ୍ଜୟ କୁମାର ପଣ୍ଡା, ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖାର ଉପଦେଷ୍ଟା କୈଳାଶ ସାମନ୍ତରାୟ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଉପ ସଭାପତି ଜଗନ୍ନାଥ ମାଝୀ, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଅଧ୍ୟକ୍ଷ ଲକ୍ଷ୍ମୀ କାନ୍ତ ଦାସ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I ସମସ୍ତ ଉପସ୍ଥିତ କର୍ମଚାରୀ ଓ ସଦସ୍ୟ କର୍ମଚାରି ମାନଙ୍କ ନ୍ୟାର୍ଯ୍ୟ ଦାବି ପୁରଣ ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଦିର୍ଘ ଦିନ ଧରି ସରକାର କର୍ମଚାରି ମାନଙ୍କ ନ୍ୟାର୍ଯ୍ୟ ଦାବି ପୁରଣ କରିବା ନେଇ ଟାଳ ଟୁଳ ନିତି ଅବଲମ୍ବନ କରୁଥିବାରୁ ସମସ୍ତେ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ I ଓ ରାଜ୍ୟ ସଂଘ ପୁଣିଥରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଅନୁରୋଧ କରିଥିଲେ I

ଉକ୍ତ ବୈଠକରେ ମୁଖ୍ୟତଃ ସୁଜିତ କୁମାର ନାୟକ, ତ୍ରିନାଥ ପାଣିଗ୍ରାହୀ, ସୂର୍ଯ୍ୟ ମହାରଣା, ଅଜୟ କୁମାର ପ୍ରଧାନ, କୁମୁଦ କୁମାର ମିଶ୍ର, ଶୁଶିଲ ପ୍ରେମ ନାଗ, ପ୍ରକାଶ ରାଓ, ବିନାୟକ ପଣ୍ଡା, ଶ୍ରିଧର ମହାପାତ୍ର, ପ୍ରଶାନ୍ତ ରାଉଳ, ଜଗଦିଶ ମିଶ୍ର, ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ। ପରିଶେଷରେ ଶ୍ରୀ ଦାଶ୍ ସଭାପତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande