ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର
ବଲାଙ୍ଗୀର, ୨୨ ଜୁନ୍‌(ହି.ସ.) – ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପର୍ଥଲ୍ଲା ଗ୍ରାମ ପଂଚାୟତ ର ଫଲସାପଦର ଗ୍ରାମରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱା.ସି.ଡି.ଏ.(ବଲାଙ୍ଗୀର) ଓ ଦେଶାଇ ଫାଉଣ୍ଡେସନ ତଥା ମହାନଦୀ ନେତ୍ର ଚିକିତ୍ସାଳୟ, ସୋନପୁର ମିଳିତ ଆନୁକୁଲ୍ୟରେ ଚକ୍ଷୁ ପରୀକ୍ଷା ଓ ସଚେ
ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର


ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର


ଚକ୍ଷୁ ଚିକିତ୍ସା ଓ ସଚେତନତା ଶିବିର


ବଲାଙ୍ଗୀର, ୨୨ ଜୁନ୍‌(ହି.ସ.) – ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପର୍ଥଲ୍ଲା ଗ୍ରାମ ପଂଚାୟତ ର ଫଲସାପଦର ଗ୍ରାମରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱା.ସି.ଡି.ଏ.(ବଲାଙ୍ଗୀର) ଓ ଦେଶାଇ ଫାଉଣ୍ଡେସନ ତଥା ମହାନଦୀ ନେତ୍ର ଚିକିତ୍ସାଳୟ, ସୋନପୁର ମିଳିତ ଆନୁକୁଲ୍ୟରେ ଚକ୍ଷୁ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ୱା.ସି.ଡି.ଏ.(ବଲାଙ୍ଗୀର), ଜିଲ୍ଲା ସଂଯୋଜିକା ଆନନ୍ଦିନୀ ରଥ ସ୍ୱାଗତ ଅଭିଭାଷଣ ସହିତ ଆଖି ଆମ୍ଭର ଅମୁଲ୍ୟ ସଂପଦ ଏବଂ ଆମ୍ଭେମାନେ ଆଖି କିପରି ଉପଯୁକ୍ତ ଯତ୍ନ ନେବା ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ଡା. ଧନୁଜରାମ ନାଏକ ଆଖିର କିପରି ଯତ୍ନ ନେବା ସୁଷମ ଖାଦ୍ୟପେୟ ଓ ମହାନଦୀ ନେତ୍ର ଚିକିତ୍ସାଳୟ ର ସୁବିଧା ସୁଯୋଗ ଉପରେ ସମ୍ୟକ ଭାବରେ ଉପସ୍ଥାପନା କରିଥିଲେ। ଏହି ଶିବିରରେ ପ୍ରାୟ ୧୧୨ ଜଣ ମହିଳା ଓ ପୁରୁଷ ନିଜର ଚକ୍ଷୁ ପରୀକ୍ଷା କରିଥିଲେ। ଫଲସାପଦର ସମେତ ପର୍ଥଲ୍ଲା, ଦୁହେଲ, କୁନ୍ଦେଇଗଡ, ତାଲପାଲି ର ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ। ରୋଗୀଙ୍କ ଚକ୍ଷୁ ପରୀକ୍ଷା ଓ ଔଷଧ ବଂଟନ କରାଯାଇଥିଲା। ଏଥିରେ ୧୮ ଜଣ ବ୍ୟକ୍ତି ଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ପାଣ୍ଡେପାଲି ସ୍ଥିତ ନେତ୍ର ଚିକିତ୍ସାଳୟକୁ ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଦେଶାଇ ଫାଉଣ୍ଡେସନ ର ଡି.ଏଫ ମମତା ନାଗ, ଅନିତା ନାଗ, ଉପାସିନୀ ସାହୁ ତଥା ଗ୍ରାମର ଅଙ୍ଗନବାଡି ଦିଦି ସୁଜାତା ମେହେର ଓ ଆଶା ଦିଦି ପୁଷ୍ପାଞ୍ଜଳିବୁଡେକ ସକ୍ରିୟ ଭାବରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande