ଚରମ୍ପାରେ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା, ଘଟଣାସ୍ଥଳରେ ଡିଆଇଜିଙ୍କ ତନାଘନା
ଭଦ୍ରକ, ୨୨ ଜୁନ୍ (ହି.ସ.) - ଭଦ୍ରକ ସହରର ଚରମ୍ପା ଠାରେ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ପୋଲିସର ତନାଘନା ଆରମ୍ଭ ହୋଇଛି । ପୂର୍ବାଂଚଳ ଡିଆଇଜି ଓ ଏସ୍‌ପି ଘଟଣାସ୍ଥଳରେ ପହଂଚି ତଦନ୍ତ ପ୍ରକ୍ରିୟା ଯାଂଚ କରିଛନ୍ତି । ଶନିବାର ଚରମ୍ପା ଛକ ନିକଟରେ ବେଳମଳାସ୍ଥିତ ଘର ପାଖରେ ବ୍ୟବସାୟୀ ବିଦ୍ୟାଧର ପାତ୍ରଙ୍କୁ
CHARAMPA RE BYABASAI NKU GULIMADA CASE


ଭଦ୍ରକ, ୨୨ ଜୁନ୍ (ହି.ସ.) - ଭଦ୍ରକ ସହରର ଚରମ୍ପା ଠାରେ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ପୋଲିସର ତନାଘନା ଆରମ୍ଭ ହୋଇଛି । ପୂର୍ବାଂଚଳ ଡିଆଇଜି ଓ ଏସ୍‌ପି ଘଟଣାସ୍ଥଳରେ ପହଂଚି ତଦନ୍ତ ପ୍ରକ୍ରିୟା ଯାଂଚ କରିଛନ୍ତି । ଶନିବାର ଚରମ୍ପା ଛକ ନିକଟରେ ବେଳମଳାସ୍ଥିତ ଘର ପାଖରେ ବ୍ୟବସାୟୀ ବିଦ୍ୟାଧର ପାତ୍ରଙ୍କୁ କେତେକ ଦୁର୍ବୃତ ଦୁଇ ରାଉଣ୍ଡ ଗୁଳି ଚଳାଇ ତାଙ୍କ ନିକଟରେ ଥିବା ଟଙ୍କା ବ୍ୟାଗ୍‌କୁ ଲୁଟି ନେଇଥିଲେ । ପରେ ସ୍ଥାନୀୟ ଲୋକେ ବିଦ୍ୟାଧରଙ୍କୁ ଗୁରୁତର ଭାବେ ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ବିଦ୍ୟାଧରଙ୍କ ଦେହରୁ ଅପରେସନ ପରେ ଗୁଳି ବାହାର କରାଯାଇଛି ବୋଲି ସୂଚନା ମିଳିଛି । ତେବେ ଘଟଣା ପରେ ପୂର୍ବାଂଚଳ ଡିଆଇଜି ଡକ୍ଟର ସତ୍ୟଜିତ ନାୟକ, ଭଦ୍ରକ ଏସ୍‌ପି ମନୋଜ ରାଉତଙ୍କ ସହ ଅନ୍ୟ ଅଧିକାରୀ ମାନେ ଗୁଳିକାଣ୍ଡ ହୋଇଥିବା ସ୍ଥାନକୁ ଯାଇ ତଦନ୍ତ କରିଛନ୍ତି । ବିଦ୍ୟାଧରଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ଡିଆଇଜି । ଏତେ ପର୍ଯ୍ୟନ୍ତ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ସିସିଟିଭି ଯାଂଚ ସହ ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚଢ଼ାଉ ଚାଲିଥିବା କହିଛନ୍ତି ଡିଆଇଜି । ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଖୁବ୍ ଶୀଘ୍ର ଅପରାଧୀ ଙ୍କୁ ପୋଲିସ ଧରିବ ବୋଲି କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭଦ୍ରକ ସହରର ଚରମ୍ପା ଛକ ନିକଟରେ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଥିଲା । ଗୁଳିମାଡର ଶିକାର ହୋଇଥିଲେ ଭଦ୍ରକ ଗ୍ରାମାଂଚଳ ଥାନା ବେଳାମଳା ଗ୍ରାମର ବିଦ୍ୟାଧର ପାତ୍ର । ଚରମ୍ପା ସ୍ଥିତ ନିଜ ଦୋକାନ ବନ୍ଦ କରି ଘରକୁ ଯାଉଥିବା ସମୟରେ କେତେକ ଦୁର୍ବୃତ ଆସି ଗୁଳି ଫୁଟାଇଥିଲେ । ଲୁଟ୍ ଉଦ୍ଦେଶ୍ୟରେ ବିଦ୍ୟାଧରଙ୍କୁ ଗୁଳି ମାଡ଼ କରାଯାଇଥିବା ସନ୍ଦେହ କରାଯାଉଥିଲା । ପରେ ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ । ଦୁର୍ବୃତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁଯାୟୀ ଦୁଇ ରାଉଣ୍ଡ ଗୁଳି ଫୁଟିଥିଲା । ବାଇକରେ ଯାଉଥିବା ବିଦ୍ୟାଧର ରାସ୍ତାରେ ଟଳି ପଡ଼ିଥିଲେ । ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତି କରାଯାଇଥିଲା । ପରେ ଗୁରୁତର ଭାବେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande