ବଡ଼ବିଲରେ କଂଗ୍ରେସ ସମ୍ମିଳନୀ
କେନ୍ଦୁଝର, ୨୨ ଜୁନ୍ (ହି.ସ.) - ଆଜି ବଡବିଲ କଂଗ୍ରେସ କମିଟି ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠାନ କରାଯାଇ ଥିଲା। ବଡବିଲ ନଗର କଂଗ୍ରେସ କମିଟି ସଭାପତି ଅମିତ କୁମାର ମହାନ୍ତଙ୍କ ଆହ୍ୱାନ କ୍ରମେ ଶତାଧିକ କଗ୍ରେସ କର୍ମୀ ଏବଂ ସମର୍ଥକ ମାନେ ଯୋଗ ଦେଇ ଥିଲେ । କଂଗେସ କିପରି ଖଣି ଅଂଚଳରେ ମଜବୁତ୍ ହେବା
ବଡ଼ବିଲରେ କଂଗ୍ରେସ ସମ୍ମିଳନୀ


କେନ୍ଦୁଝର, ୨୨ ଜୁନ୍ (ହି.ସ.) - ଆଜି ବଡବିଲ କଂଗ୍ରେସ କମିଟି ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠାନ କରାଯାଇ ଥିଲା। ବଡବିଲ ନଗର କଂଗ୍ରେସ କମିଟି ସଭାପତି ଅମିତ କୁମାର ମହାନ୍ତଙ୍କ ଆହ୍ୱାନ କ୍ରମେ ଶତାଧିକ କଗ୍ରେସ କର୍ମୀ ଏବଂ ସମର୍ଥକ ମାନେ ଯୋଗ ଦେଇ ଥିଲେ ।

କଂଗେସ କିପରି ଖଣି ଅଂଚଳରେ ମଜବୁତ୍ ହେବା ସହ ସାଧାରଣ ଜନତା ଙ୍କ ଅଧିକାର ପାଇଁ ଏବଂ ମୌଳିକ ସୁବିଧା ପାଇଁ କଂଗ୍ରେସ ଦଳ ସ୍ୱର ଉତୋଳନ କରିବ।ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ପୁର୍ବତନ ସାଂସଦ ଏବଂ ଚମ୍ପୁଆ ନିର୍ବାଚନ ବିଧାୟକ ପ୍ରାର୍ଥୀ ଯଶବନ୍ତ ନାରାୟଣ ସିଂ ଲାଗୁରୀ ଯୋଗ ଦେଇଥିଲେ। ଏହା ସହିତ କେନ୍ଦୁଝର ଜିଲ୍ଲା ପଛୁଆ ବର୍ଗ ଚେୟାରମେନ ଯଦୁମଣି ବାରିକ, ପିସିସି ମେମ୍ବର ଅଶୋକ ଥକ୍କର, କେନ୍ଦୁଝର କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିଜୟ କୁମାର ସ୍ୱାଇଁ, ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଗିରିପ୍ରୀୟ ଉମାକାନ୍ତ ସାହୁ, ଜିଲ୍ଲା ଇଂଟାକ୍ ସଭାପତି ଜିଆଉଲ୍ଲା ଖାନ୍‌, ବରିଷ୍ଠ କର୍ମୀ ଦୟାନିଧି ମହାପାତ୍ର ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande