ଅଣସରଘରେ ଶ୍ରୀଜିଉ,ଦଶମୁଳ ମୋଦକ ଲାଗି
ଜୟପୁର, ୨୨ ଜୁନ (ହି.ସ.)- ଜୟପୁର ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉମାନେ ସ୍ନାନ ପୁର୍ଣିମା ଦିନ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ଅଛନ୍ତି । ଏହି ଅବସରରେ ସେବାୟତ ମାନେ ଗୁପ୍ତ ସେବା ଜାରି ରଖିଛନ୍ତି । ସେବାୟତ ମାନେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ସେବା କରୁଛନ୍ତି । ପଞ୍ଚମ ତିଥି ଠାରୁ ମହାପ
ଅଣସରଘରେ ଶ୍ରୀଜିଉ,ଦଶମୁଳ ମୋଦକ  ଲାଗି


ଜୟପୁର, ୨୨ ଜୁନ (ହି.ସ.)-

ଜୟପୁର ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉମାନେ ସ୍ନାନ ପୁର୍ଣିମା ଦିନ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ଅଛନ୍ତି । ଏହି ଅବସରରେ ସେବାୟତ ମାନେ ଗୁପ୍ତ ସେବା ଜାରି ରଖିଛନ୍ତି । ସେବାୟତ ମାନେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ସେବା କରୁଛନ୍ତି । ପଞ୍ଚମ ତିଥି ଠାରୁ ମହାପ୍ରଭୁଙ୍କୁ ଅଣସର କ୍ରମ ଅନୁସାରେ ଔଷଧ ଲାଗି କରାଯାଇଥିଲା । ଦଶମି ତିଥିରେ ଦଶମୁଳ ମୋଦକ ଶ୍ରୀଜିଉଙ୍କୁ ଲାଗି କରାଯାଇଥିଲା । ପରେ ଶ୍ରୀଜିଉ ସମ୍ପୁଣ୍ଣ ସୁସ୍ଥ ହୋଇଥିଲେ । ଦଶମୁଳ ଚେରରେ ବେଲ, ଅଙ୍କରାନ୍ତି,ଗୋଖରା କୃଷ୍ଣପନ୍ନ, ଗମ୍ଭାରୀ, ଫଣଫଣା, ଶାଳପାନି ଆଦି ଦ୍ରବ୍ୟକୁ ଗୁଣ୍ଡ କରାଯାଇ ମହୁ, ଘିଅ ଆଦି ପକାଇ ପାଗ କରାଯାଏ । ମୋଦକ ଉପରେ ଶ୍ରୀ କର୍ପୁର ପକାଇ ମୋଦକ ପ୍ରସୁତ କରାଇ ଶ୍ରୀଉଙ୍କ ନିକଟରେ ଲାଗି କରାଯାଏ । ଏକାଦଶି ଅବସରେ ଶ୍ରୀ ଜିଉଙ୍କୁ ସୁବାଶିତ ଫୁଲ ଓ ତୁଳସୀଲାଗି କରାଯାଇଥିଲା । ମହାପ୍ରଭୁଙ୍କର ଅଣସରଘରେ ଚାଲିଥିଲା ଗୁପ୍ତ ସେବା । ସେବାୟତ ମାନେ ମହାପ୍ରଭୁଙ୍କ ସେବାରେ ଲାଗିପଡ଼ିଥିଲେ । ଶ୍ରୀଜୀଉ କିଭଳି ସୁସ୍ଥ ହେବେ । ଏହି ସମୟରେ ସେବାୟତ ସେବକ ମାନେ ଶ୍ରୀଜୀଉ ମାନଙ୍କୁ ମାନବ ରୂପରେ ପରିକଳ୍ପନା କରି ସେମାନଙ୍କ ସହ ଏକାମ୍ର ହୋଇ ଯାଇଛନ୍ତି । ଅଣସର ପଞ୍ଚମୀରୁ ଠାରୁ ନବମି ଯାଏ ଶ୍ରୀଜୀଉମାନଙ୍କର ଔଷଧ ଲାଗି କରିବା ପରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଛନ୍ତି । ଏହି ଅବସରରେ ଶ୍ରୀଜୀଉ ମାନଙ୍କୁ ଚକଟା ଭୋଗ ଓ ପଣା ଭୋଗ କରାଯାଏ । ଅଣସର ନୀତି ସଂପନ୍ନ କରାଯିବ । ଜଗନ୍ନାଥ ଙ୍କ ମୁଖ୍ୟ ପୁରୋହିତ ଡମ୍ବୁରୁ ଧର ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସମସ୍ତ ନିତି କାନ୍ତି ଓ ଗୁପ୍ତ ସେବା ଜାରି ରଖିଛନ୍ତି । ଚଳିତମାସ ୨୬ ତାରିଖ ଦିନ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଜନ ସମାଗମ ହେବ । ଜୟପୁର ରଜାନହର ଠାରେ ରଥ କାର୍ଯ୍ୟର ଜୋରସୋରରେ ଚାଲିଥିବା ବେଳେ ପ୍ରଶାସନ ମଧ୍ୟ ତତ୍ପରତା ପ୍ରକାଶ କରିଛି । ଜୟପୁର ରଜାନହର ଠାରେ ରଥ କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ପ୍ରଶାସନ ମଧ୍ୟ ତତ୍ପରତା ପ୍ରକାଶ କରିଛି । ଏଥିପାଇଁ ଜୟପୁର ଦେବୋତ୍ତର ବିଭାଗ ତରଫରୁ ଓ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande