ବଲାଙ୍ଗୀର, ୨୨ ଜୁନ୍(ହି.ସ.) – ସ୍ଥାନୀୟ ହୋଟେଲ ପାର୍କ ଲ୍ୟାଣ୍ଡ ଠାରେ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗୀରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ଆବାହକତ୍ୱ ଓ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ ପ୍ରାରମ୍ଭରେ ସଭାପତି ଉପସ୍ଥିତ ସଭ୍ୟମାନଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପ୍ରଥମେ ଜିଲ୍ଲାର ଦିବଂଗତ କ୍ରୀଡାବିତ ଶରତ ଚନ୍ଦ୍ର ଦିକ୍ଷିତ ଓ ସୁକାନ୍ତ ପାଣିଗ୍ରାହୀଙ୍କ ଆତ୍ମା ସଦଗତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ସାଧାରଣ ସଂପାଦକ ଶ୍ରୀ ପୂଜାରୀ ୨୦୨୪-୨୫ ବାର୍ଷିକ ବିବରଣୀ ଓ ଆୟବ୍ୟୟର ଅଡିଟ ରିପୋର୍ଟ ଓ ସର୍ବ ସମ୍ମତିରେ ଏହା ଗୃହୀତ ତଥା ୨୦୨୫-୨୬ ପାଇଁ ପ୍ରସ୍ତୁତ ବଜେଟ ଉପସ୍ଥାପନ କରିଥିଲେ ଓ ସର୍ବ ସମ୍ମତିରେ ଗୃହୀତ ହେଲା। ବିଶେଷତଃ ଆଗାମୀ ଜୁଲାଇରେ ହେବାକୁ ଥିବା ସାହାଣୀ କପ୍ ଫୁଟଲ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବା ସକାଶେ ବଲାଙ୍ଗୀର ଦଳ ଗଠନ ପାଇଁ ଖେଳାଳି ଚୟନ କୁ ଦୃଷ୍ଟିରେ ରଖି ତା.୨୮.୦୬.୨୦୨୫ ରେ ବଲାଙ୍ଗିର ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଂଟର ଆୟୋଜନ କରାଯିବା ପଉରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଯାଇଛି। ଗାନ୍ଧୀ ଷ୍ଟଡିୟମରେ ଭିତିଭୂମି ଓ କ୍ରୀଡା ର ବିକାଶ ଉପରେ ମଧ୍ୟ ସଭ୍ୟମାନେ ସେମାନଙ୍କ ପ୍ରସ୍ତାବ ରଖିଛନ୍ତି। ଏହି ବୈଠକରେ ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ଗ୍ରାମ୍ୟ କ୍ରୀଡା ଓ ଓମେନ ଫେଷ୍ଟିଭାଲ ସଂପାଦକ ସୁଧାଂଶୁ ସେଟ, ଭଲିବଲ ଓ ହକି ସଂପାଦକ ସଂଗ୍ରାମ କେଶରୀ ବହିଦାର, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ସଭ୍ୟ ଦ୍ୱାରିକା ପଣ୍ଡା, ଶିଶିର ବହିଦାର, ପ୍ରଭାତ କୁମାର ମିଶ୍ର, ବିଜୟ ବନସଲ, ରମାକାନ୍ତ ସେଟ, ସୁଧୀର ଚନ୍ଦ୍ର ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ଓ ଜିଲ୍ଲା ଶାରିରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ