ଘଟଗାଁ, ୨୨ ଜୁନ୍(ହି.ସ.) – ଘଷିପୁରା ବ୍ଲକ୍ ସମନ୍ତ୍ରୀତ ଶିଶୁ ବିକାଶ ପକ୍ଷରୁ ଘଷିପୁରା ବ୍ଲକ୍ ରେ ଆଦ୍ମିକା କିଶୋରୀ ସୁଭଦ୍ରା ଦିବସ ପାଳିତ ହୋଇଯାଇଛି। ଘଷିପୁରା ବ୍ଲକ୍ ସମନ୍ତ୍ରୀତ ଶିଶୁ ବିକାଶ ଅଧିକାରୀ ସକୁନ୍ତଳା ନାଇକ ଙ୍କ ସଂଯୋଜନା ରେ ଆୟୋଜିତ ଏହି ଦିବସରେ କଥାକଳା ନୃତ୍ୟ ,ପୁଚି , ରାମ୍ପ୍ ସୋ ଏଥିସହିତ ମୋ ସ୍ୱପ୍ନର ଓଡ଼ିଶାରେ ନିଜ ନିଜର ସ୍ୱପ୍ନର ଭାବନାକୁ କିଶୋରୀମାନେ ପରିପ୍ରକାଶ କରିଥିଲେ। ଏଥିରେ ୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ବହୁ ପ୍ରତିଯୋଗୀ ଭାଗ ନେଇ ନିଜ ପାରଦର୍ଶିତା ଦେଖାଇଥିବା ବେଳେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ବିଚାରକ ଭାବେ କାର୍ଯ୍ୟକ୍ରମ ପରିଚାଳିକ ଲକ୍ଷ୍ମି ଖୋୟା, ନର୍ସ ନିଳୀମା ନାୟକ, ଇଲା ରାଣୀ ସାହୁ ପ୍ରମୁଖ ଉପସ୍ଥିତ କୃତି ପ୍ରତିଯୋଗୀମାନଙ୍କୁ ବାଛି ଥିବାବେଳେ ଘଷିପୁରା ବ୍ଲକ୍ ସମନ୍ତ୍ରୀତ ଶିଶୁ ବିକାଶ ଅଧିକାରୀ ଶକୁନ୍ତଳା ନାଇକ ପୁରସ୍କାର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବ୍ଳକ୍ ପୋଷଣ ସଂଯୋଜକ ଇନ୍ଦ୍ରଦ୍ୟୁମ୍ନ ସାହୁ, ଜ୍ୟୋତିର୍ମୟୀ ସେଠୀ, ବରିଷ୍ଠ କିରାଣୀ ଭାନୁମତୀ ଓଝା, ସୌମ୍ୟ ରଞ୍ଜନ ରାଉତ, ସୁଭଦ୍ରା ସହାୟକ ଅଭିଷେକ, ବେହେରା ଛବିରାଣୀ ଜେନା. ଚନ୍ଦ୍ରମଣୀ ସେଠୀ, ଘାସିନୀ ମାଝି, ସିତା ନାୟକ, ଅଙ୍ଗନୱାଡି ସୁପର ଭାଇଜର ରାମାମଣୀ ରାଉତ, କନିଷ୍ଠ କିରାଣୀ ସାଫିକ ନାୟକ. ପ୍ରହଲ୍ଲାଦ ମାଝି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ