ଘଟଗାଁ, ୨୨ ଜୁନ୍(ହି.ସ.) – ଗୋଟାଏ ପିକ୍ପଭ୍ୟାନ ଧକ୍କାରେ ଜଣେ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ମୟୂରଭଞ୍ଜ ଜିଲ୍ଲା ଖିଚିଂ ଅଂଚଳର ସୁଦାମ ବେହେରା କେନ୍ଦୁଝର ଠାରେ ଆମ୍ବୁଲାନ୍ସ କର୍ମଚାରୀ ଭାବେ ନିଯୁକ୍ତ ହୋଇଥିଲେ। ଶନିବାର କେନ୍ଦୁଝର ମୁଖ୍ୟ ଡ଼ାକ୍ତରଖାନାରୁ ଏକ ରୋଗୀକୁ ନେଇ କଟକ ଯାଇଥିଲେ। ସେଠାରୁ ଫେରିବା ବାଟରେ ଘଷିପୁରା ଥାନା ଅନ୍ତର୍ଗତ ଗୋହିରା ପ୍ରଣବଲଭ ସ୍କୁଲ୍ ନିକଟରେ ରଂଗ ରୁଟ୍ରେ ଏକ ପିକ୍ପଭ୍ୟାନ ଆସୁଥିବାବେଳେ ହଠାତ୍ ରାସ୍ତାରେ ଗାଈ ଚାଲି ଆସିଥିଲେ ଫଳରେ ପିକ୍ପଭ୍ୟାନ ସହିତ ଧକ୍କା ହେବା ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଦ୍ୱାରା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଅଣା ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ସୁଦାମଙ୍କର ଦୁଇଟି ଗୋଡ଼ ଭାଙ୍ଗିଯାଇଛି।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ