ଜୟପୁର 22 ଜୁନ୍ (ହି.ସ.)- ଏସବିଆଇର ୭୦ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପ୍ରବନ୍ଧକ ସୁବାସଚନ୍ଦ୍ର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧା ଏବଂ ଜୟପୁର ଏସବିଆଉ ମୁଖ୍ୟ ଶାଖା ପ୍ରବନ୍ଧକ ହିରଣ୍ମୟ କୁମାର ପାଢ଼ୀଙ୍କ ନେତୃତ୍ବରେ ଆୟୋଜିତ ଶିବିରକୁ ବିଧାୟକ ତାରାପ୍ରସାଦ ବାହିନୀପତି ଉଦ୍ଘାଟନ କରିଥିଲେ। ଶିବିରରୁ ୭୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି। ଦିନ ତମାମ ପଚୁର ବର୍ଷା ସତ୍ତ୍ବେ ଶିବିରକୁ ଆବାଳବୃଦ୍ଧା ବନିତା ଉତ୍ସାହର ସହ ଆସି ରକ୍ତଦାନ କରିଥିଲେ। କିଛି ରକ୍ତଦାତା ପ୍ରଥମଥର, କିଛି ଏକାଧିକାର ରକ୍ତଦାନ କରିଥିବା ବେଳେ ଦମ୍ପତ୍ତି ମଧ୍ୟ ରକ୍ତଦାନ କରିଥିଲେ।
ଏସବିଆଇ ଜୟପୁର ମୁଖ୍ୟ ଶାଖାରେ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଯୁବକଯୁବତୀଠାରୁ ଆରମ୍ଭ କରି ୬୦ବର୍ଷ ବୟସ୍କ ବରିଷ୍ଠ ନାଗରିକ ଉତ୍ସାହର ସହ ରକ୍ତଦାନ କରିଥିଲେ। ଶିବିରରେ ବିଧାୟକ ଶ୍ରୀ ବାହିନୀପତି ବହୁ ସମୟ ପର୍ଯ୍ୟନ୍ତ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଆଞ୍ଚଳିକ ପ୍ରବନ୍ଧକ ଓ ଜୟପୁର ମୁଖ ଶାଖା ପ୍ରବନ୍ଧକ ଶିବିରକୁ ପରିଚାଳନା କରିବା ସହ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଓ ଉପହାର ପ୍ରଦାନ କରି ସମ୍ମାନିତ କରିଥିଲେ। ଏଥିରେ ବରିଷ୍ଠ ସହଯୋଗୀ ପବନ କୁମାର, ସରକାରୀ ଶାଖାପ୍ରବନ୍ଧକ ପଙ୍କଜ କୁମାର ମାଝୀ, ମୁଖ୍ୟ ପ୍ରବନ୍ଧକ ଆଞ୍ଚଳିକ କାର୍ଯ୍ୟାଳୟ ଶୁଭ୍ରାଂଶୁ ନନ୍ଦ, ସହକାରୀ ପ୍ରବନ୍ଧକ ସୁନୀତା ସେଠୀ, ଶ୍ରେଷ୍ଠା ସରକାର, ପ୍ରୀତିମୟୀ ଦାସ, ପ୍ରକାଶ ବିଶ୍ଵାଳ, ସତୀଶ କୁମାର ନାୟକ, ଚୈତନ୍ୟ ମୁଦୁଲି, ଯଜ୍ଞ ନାରାୟଣ ପ୍ରଧାନ, କେ ଏନ ରାଓ, ସାଇ ସୁନ୍ଦର ଜେନା, ସତୀଶ ନାୟକ, ପଙ୍କଜ କୁମାର ମାଝୀ, ଜି. ଉମା ମହେଶ୍ବର ପ୍ରମୁଖ ସହଯୋଗ କରିଥିଲେ। ରକ୍ତ ଭଣ୍ଡାର ଅଧିକାରୀ ସୂର୍ଯ୍ୟଶେଖର ମିଶ୍ରଙ୍କ ତତ୍ତ୍ବାବଧାନରେ ବି. ପ୍ରତିଭା ପାତ୍ର, ଅଭୟ ପଣ୍ଡା, ନାଥିନାଲ ଡାନି, ଗୁରୁ ପରଜା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି