ସ୍ଵପ୍ନେଶ୍ୱର କଳା ପରିଷଦ ପକ୍ଷରୁ ବନ ଓ ବନ୍ୟ ପ୍ରାଣୀ ସୁରକ୍ଷା ଆଲୋଚନା : ଲାଗିଲା ୫୦ ଚାରା
ସ୍ଵପ୍ନେଶ୍ୱର କଳା ପରିଷଦ ପକ୍ଷରୁ ବନ ଓ ବନ୍ୟ ପ୍ରାଣୀ ସୁରକ୍ଷା ଆଲୋଚନା : ଲାଗିଲା ୫୦ ଚାରା
ସ୍ଵପ୍ନେଶ୍ୱର କଳା ପରିଷଦ ପକ୍ଷରୁ ବନ ଓ ବନ୍ୟ ପ୍ରାଣୀ ସୁରକ୍ଷା  ଆଲୋଚନା : ଲାଗିଲା ୫୦ ଚାରା


ସମ୍ବଲପୁର, ୨୨ ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର କିରା ଶାସନ ସ୍ଥିତ ମହାଦେବ ମନ୍ଦିର ଚାରିପଟେ ସ୍ଵପ୍ନ ସାଗର କଳା ପରିଷଦର ସଭ୍ୟା ଓ ସାମାଜିକ କର୍ମୀ ଗଣ ଆଜି ୫୦ ଟି ଦେବ ଦାରୁ ଚାରା ଲଗାଇବା ସହ ଆଗାମୀ ଦିନରେ ପ୍ରତ୍ୟେକ ଙ୍କ ଜନ୍ମ ଦିନରେ ଏପରି ଚର ରୋପଣ କରିବାକୁ ଶପଥ ନେଇଛନ୍ତି ।ଏହି ଉପଲକ୍ଷେ ପରିଷଦ ର ସଭାପତି ଅରୁଣ ପଟେଲ ଙ୍କ ସଭା ପତିତ୍ୱରେ ପରିବେଶ ସନ୍ତୁଳନ ପାଇଁ ବନ ଓ ବନ୍ୟ ପ୍ରାଣୀର ସୁରକ୍ଷାର ଆବଶ୍ୟକତା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଶିଷ୍ଟ ପରିବେଶବିତ୍ ,ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଭିନ୍ନ ପୁରାଣ ର ଉଦାହରଣ ଦେଇ ଉଭୟର ସଂରକ୍ଷଣ ହିଁ ବାସ୍ତବ ପୂଜା ବୋଲି କହିଥିଲେ ।ଉଦ୍ୟାନ ବିତ୍ ରବୀନ୍ଦ୍ର କୁମାର ଦାସ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ବୃକ୍ଷ ଓ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ର ଆବଶ୍ୟକତା ଉପରେ ଚର୍ଚ୍ଚା କରିଥିଲେ ।ସ୍ଥାନୀୟ ସରପଞ୍ଚ ପଦ୍ମାବତୀ କିଶନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଏକ ଗୋଷ୍ଠୀ ଶୌଚାଳୟ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ ।ଏହି ଅବସରରେ ପ୍ରକୃତିବନ୍ଧୁ ସୁବାସ ନାୟକ ଓ ସରପଞ୍ଚ ପଦ୍ମାବତୀ ପ୍ରଧାନ ଙ୍କୁ ପରିଷଦ ପକ୍ଷରୁ ସମ୍ମାନିତ କରା ଯାଇ ଥିଲା।ପ୍ରାରମ୍ଭରେ ପରିଷଦର ସମ୍ପାଦକ ସୌକିତ ମହାପାତ୍ର ଅତିଥି ପରିଚୟ ପ୍ରଦାନ ସହ ଆଲୋଚନା ଚକ୍ର କୁ ସଂଯୋଜନା କରିଥିଲେ ।ଶେଷରେ ଯୁଗ୍ମ ସମ୍ପାଦକ ଲକ୍ଷ୍ମୀ ନାରାୟଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଯୁବ କଳାକାର ହୋମ କାନ୍ତି ଲୁହା, ସାମାଜିକ କର୍ମୀ ସରୋଜ ମେହେର, ସମିନ ନାୟକ,ମୁରଲୀ ସହେନେତ, ରତ୍ନେ ଶ୍ୱର ମାକର,ରୂପାନନ୍ଦ ବାଘ, ମନିଷା ନାଏକ,ବନିତା ମାଝୀ,ସିମ୍ରନ୍ ମହାନନ୍ଦିଆ, ରୋଜା ନାଏକ,ଖୁସୁବୁ ଜଗଦଳା, ସୁଶ୍ରୀତା ପେଣ୍ଠେଇ, ଭୂମିକା ଭଞ୍ଜ,ନୀଳାଚଳ ମହାପାତ୍ର,ମୁନା ମହାପାତ୍ର, ସୁଶାନ୍ତ ନାୟକ, ଡମ୍ବରୁ ମେହେର ପ୍ରମୁଖ ବୃକ୍ଷରୋପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande