ପୋଲିସ ମାଲଖାନାରୁ କଫ୍‍ ସିରଫ୍‍ ଚୋରି ଅଭିଯୋଗରେ     ଏଏସଆଇ ନିଲମ୍ବିତ
ପୋଲିସ ମାଲଖାନାରୁ କଫ୍‍ ସିରଫ୍‍ ଚୋରି ଅଭିଯୋଗରେ     ଏଏସଆଇ ନିଲମ୍ବିତ ।
ପୋଲିସ ମାଲଖାନାରୁ କଫ୍‍ ସିରଫ୍‍ ଚୋରି ଅଭିଯୋଗରେ     ଏଏସଆଇ ନିଲମ୍ବିତ


ସମ୍ବଲପୁର, ୨୨ ଜୁନ୍ (ହି.ସ.)

ସମ୍ବଲପୁର ଟାଉନ ଥାନାରେ ପଦୋନ୍ନତି ପାଇ କାର୍ଯ୍ୟରତ ଏଏସଆଇ ବିଦ୍ୟୁତ୍‍ ପଣ୍ଡାଙ୍କୁ ତାଙ୍କ ଅଭ୍ୟାସଗତ କାରଣ ପାଇଁ ବିଭାଗ ପକ୍ଷରୁ ଏବେ ନିଳମ୍ବିତ କରାଯାଇ ଥିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ସେ ଥାନା ମାଲଖାନାରୁ ଜବତ ୨ପେଟି କଫ୍‍ ସିରଫ ଚୋରି କରିଥିଲେ । ବିଦ୍ୟୁତ ପଣ୍ଡା ଗତ କିଛି ଦିନ ତଳେ କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି ପାଇ ଟାଉନ୍ ଥାନାରେ କାର୍ଯ୍ଯରତ ଥିଲେ । ହେଲେ ତଳିଆ କର୍ମଚାରୀ ଭାବେ ତାଙ୍କର ଛୋଟବଡ଼ କାରନାମାକୁ ପୂର୍ବରୁ ଅଣଦେଖା କରାଯାଇ ଆସୁଥିବା ବେଳେ ପଦୋନ୍ନତି ପାଇବା ପରେ କଫ୍‍ ସିରଫ୍ ଚୋରି ନେଇ ଅଭିଯୋଗ ହେବା ପରେ ତୁରନ୍ତ ତାଙ୍କୁ ନିଲମ୍ବନ କରାଯାଇଥିବା କୁହାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande