ଧର୍ମଶାଳା, ୨୨ ଜୁନ୍ (ହି.ସ.)- ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ୧୦ମ ବାର୍ଷିକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଳକ ବନ୍ଧଡିହ ପଂଚାୟତସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଶିବିରରେ କଟକ ରେଡକ୍ରସର ସହାୟତାରେ ୬୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ଟ୍ରଷ୍ଟର ସଭାପତି ବିମଳ ଦାସଙ୍କ ତତ୍ୱଧାନରେ ଏହି କାର୍ଯ୍ୟକ୍ରମରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଯୋଗ ଦେଇ ଉଦଘାଟନ କରିଥିଲେ । ବନ୍ଧଡିହ ପଂଚାୟତର ଅନେକ ସ୍ୱେଚ୍ଛାସେବୀ, ଯୁବ ସଂଗଠକ, ନାରୀ ନେତ୍ରୀ, ଯୁବନେତା ଓ କଲେଜର ଛାତ୍ରମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବରିଷ୍ଠ ନେତା ଦେବେନ୍ଦ୍ର ଦାସ, ଯୁବ ନେତା ରାକେଶ ଦେଓ, ଜିଲା ସ୍ୱଚ୍ଛଭାରତ ଅଭିଯାନ ସଂଯୋଜକ ପ୍ରଫୁଲ୍ଲ ଗିରି, ସଂଜୟ କୁମାର ବେହେରା, ଅନିଲ ରାଉତ, ମମତା ରାଉତ, ଚିତ ରଂଜନ ମହାନ୍ତି, ସୁଦାମ ଚରଣ ଓଝା, ଚିତ ରଂଜନ ଦାସ, ସନ୍ତୋଷ ଜେନା, ସୁଶାନ୍ତ ଜେନା, ରିବନ୍ଦ୍ର ବେହେରା, ସୁବ୍ରତ ସାହୁ, ଗଣେଶ୍ୱର ବେହେରା, ଧୁଃଶାସନ ପୃଷ୍ଟି ଓ ଦିଲ୍ଲିପ ଦାସ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତା ଓ ବନ୍ଧଡିହ ମାରୁତି କୃପା ପରିଷଦର କର୍ମକର୍ତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରକ୍ତଦାତାଙ୍କୁ ଟ୍ରଷ୍ଟ ପକ୍ଷରୁ ପୂର୍ବତନ ବିଧାୟିକା ଶ୍ରୀମତି ଦାସ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଭଳି କାର୍ଯ୍ୟକ୍ରମକୁ ଅଂଚଳରେ ଉଚ୍ଚ ପ୍ରଶଂସା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ