ଭୁବନେଶ୍ୱର, 22 ଜୁନ୍ (ହି.ସ.)- ଏୟାରପୋର୍ଟ
ନୂଆ ରୋଡ଼ରେ ଦୁର୍ବୁତ୍ତଙ୍କ କାରନାମା I ବିଳମ୍ବିତ ରାତିରେ ମାତିଲେ ଦୁର୍ବୁତ୍ତ I ଏକ ଡ୍ରେସ
ଦୋକାନରେ ନିଆଁ ଲଗାଉଥିବାର ଭୟଙ୍କର ଭିଡ଼ିଓ ବା ସିସିଟିଭି ସାମ୍ନାକୁ ଆସିଛି I ଦୁଇଜଣ ଦୁର୍ବୃତ୍ତ ଆସି ପେଟ୍ରୋଲ ପକାଇ ଜାଳିଦେଉଥିବାର ଦେଖିବାକୁ ମିଳିଛି । ଦୋକାନ
ଆଗରେ ରଖା ଯାଇଥିବା ବାଇକ ସମ୍ପୂର୍ଣ ପୋଡ଼ି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି I ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସର ଛାନଭିନ କରୁଛି । ଘଟଣାରେ ଜଣଙ୍କୁ ଅଟକ
ରଖାଯାଇଛି I
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା