ଭୁବନେଶ୍ୱର, 22 ଜୁନ୍ (ହି.ସ.)
- ଜୁଲାଇ ୧୫
ଯାଏ ଧାନ କିଣା ଅବଧି ବଢାଇବାକୁ ବିଜେଡି ଦାବି କରିଛି । ବିଜେଡି ବିଧାୟକ ପ୍ରଦୀପ ଦିଶାରି
କହିଛନ୍ତି ଯେ, ଅନେକ ମଣ୍ଡିରେ ଧାନ ଉଠାଇବା ବନ୍ଦ ହୋଇଗଲାଣି । ମଣ୍ଡିରେ ତାଲା ପକେଇଦେଲେଣି।
ଚାଷୀଙ୍କୁ ମନାକରୁଛନ୍ତି ଆଉ ମଣ୍ଡିକୁ ଧାନ ଆଣ ନାହିଁ । ଜୁଲାଇ ୧୫ ଯାଏ ଧାନ କିଣା ଅବଧି
ବଢାନ୍ତୁ ସରକାର। ଚାଷୀଙ୍କର ସବୁ ଧାନ ଉଠାନ୍ତୁ । ଚାଷୀ ଟୋକନ ଧରି ବସିଛନ୍ତି,
ଧାନ ବିକିପାରୁନାହାନ୍ତି। ଚାଷୀଙ୍କର ଯଦି ଧାନ ନ
ଉଠାଇବେ ମନ୍ତ୍ରୀଙ୍କୁ ଗାଁରେ ପୁରାଇଦେବୁ ନାହିଁ। ଜୋରଦାର ଆନ୍ଦୋଳନ କରିବୁ। ବର୍ଷାରେ ଯଦି ଧାନ
ଉଠାଇନପାରିବେ ତାହେଲେ ଗାଡି ଛାଡ଼ନ୍ତୁ ସରକାର ବୋଲି ଦାବି କରିଛନ୍ତି ପ୍ରଦୀପ ଦିଶାରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା