ଭୁବନେଶ୍ୱର, 22 ଜୁନ୍ (ହି.ସ.)
- ଶିଳ୍ପର ହବ୍
ହେବ ଢେଙ୍କାନାଳ । କାମାକ୍ଷାନଗରରେ ନୂଆ
ଆଲୁମୁନିୟମ ପ୍ଲାଣ୍ଟ ତିଆରି ହେବ । ପ୍ଲାଣ୍ଟ ନିର୍ମାଣ ପାଇଁ ନିବେଶ ହେବ 1 ଲକ୍ଷ 28 ହଜାର
କୋଟି ଟଙ୍କା । ପ୍ରାୟ 40 ହଜାର ଯୁବକ ଯୁବତୀଙ୍କୁ ରୋଜଗାର ମିଳିବ । ଗତ 16 ତାରିଖ ରେ ଏଥିପାଇଁ
ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ ଏହାର
ଶିଳାନ୍ୟାସ କରିବେ ବୋଲି ଖାଦ୍ୟ ଯୋଗାଣ
ମନ୍ତ୍ରୀ କୃଷ୍ଣ ପାତ୍ର ସୂଚନା ଦେଇଛନ୍ତି । ସେହିପରି ସୋଲାର ପ୍ରୋଜେକ୍ଟ କମ୍ପାନୀ ୱାରେ
ଢେଙ୍କାନାଳ ଛାଡିବା କଥାକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ । ଓଡିଶା ଛାଡିବା ନେଇ କମ୍ପାନୀ କେବେ
କହି ନ ଥିଲା । କାମ ଆରମ୍ଭ ହୋଇ ସାରିଥିବା ବେଳେ
କିଛି ଲୋକ ଏହାକୁ ଭୁଲ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା