ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିଲା କେନ୍ଦୁଝର ନଗର ବିଜେପି
କେନ୍ଦୁଝର, ୨୩ ଜୁନ୍ (ହି.ସ.) - ସୋମବାର ଦିନ କେନ୍ଦୁଝର ନଗର ବିଜେପି ତରଫରୁ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ,ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ତେଲକୋ
Balidan diwas obsorve by bjp


କେନ୍ଦୁଝର, ୨୩ ଜୁନ୍ (ହି.ସ.) - ସୋମବାର ଦିନ କେନ୍ଦୁଝର ନଗର ବିଜେପି ତରଫରୁ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ,ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡ଼ଃ ଫକୀରମୋହନ ନାଏକ, ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜୀବନି ତଥା ଅସାଧାରଣ ବ୍ୟକ୍ତିତ୍ୱ ଏବଂ ବହୁମୁଖୀ ପ୍ରତିଭା ତଥା ଦେଶପ୍ରେମ ସମ୍ପର୍କରେ ଉପସ୍ଥିତ ନଗର କାର୍ଯ୍ୟକର୍ତା ମାନଙ୍କୁ ବକ୍ତା ତଥା ନେତୃତ୍ୱ ମାନେ ନିଜନିଜର ଅଭିଭାଷଣ ମାଧ୍ୟମରେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମ ସେସରେ ନଗର ଉପସଭାନେତ୍ରୀ ଅଞ୍ଜଳି ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିବା। ନଗର ର ଦୁଇ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପାତ୍ର ଏବଂ ବ୍ରଜକିଶୋର ରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନଗର ମଣ୍ଡଳ ଉପସଭାପତି ଦୁର୍ଯ୍ୟୋଧନ ସାହୁ ଏବଂ ଯୁଗଳ କିଶୋର ମହାନ୍ତ, ସମ୍ପାଦକ ଦୁର୍ଗା ବାରିକ,ସତ୍ୟନାରାୟଣ ବାରିକ,ରାଜେନ୍ଦ୍ର ନାଏକ, ଯୁବନେତା ଅସିତ ନନ୍ଦନ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande