ବୌଦ୍ଧ ଜିଲା ଗସ୍ତରେ ଓଡିଶା ବିଧାନସଭା ଗୃହ କମିଟି, ଜିଲାସ୍ତରୀୟ ବୈଠକରେ ସଦସ୍ୟମାନେ କଲେ ସମୀକ୍ଷା
ବୌଦ୍ଧ, ୨୪ ଜୁନ୍ (ହି.ସ.)- ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଓଡିଶା ବିଧାନସଭା ଗୃହ କମିଟି ବୌଦ୍ଧ ଗସ୍ତ କରିଛନ୍ତି l ବୌଦ୍ଧ ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଅନୁଷ୍ଠିତ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକରେ ଓଡିଶା ବିଧାନ ସଭାର ଗୃହ କମିଟିର ସଦସ୍ୟ ମାନେ ଯୋଗଦେଇଛନ୍ତି l ବିଧାୟକ ଲକ୍ଷ୍ମଣ ବାଗ
ମାର୍କେଟ ୟାର୍ଡ ଠାରେ ଗୃହ କମିଟିର ସଦସ୍ୟ ମାନେ ଚାଷୀ ମାନଙ୍କ ସହ କଲେ ଆଲୋଚନା ୧


ମାର୍କେଟ ୟାର୍ଡ ଠାରେ ଗୃହ କମିଟିର ସଦସ୍ୟ ମାନେ ଚାଷୀ ମାନଙ୍କ ସହ କଲେ ଆଲୋଚନା


ବୌଦ୍ଧ, ୨୪ ଜୁନ୍ (ହି.ସ.)- ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଓଡିଶା ବିଧାନସଭା ଗୃହ କମିଟି ବୌଦ୍ଧ ଗସ୍ତ କରିଛନ୍ତି l ବୌଦ୍ଧ ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଅନୁଷ୍ଠିତ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକରେ ଓଡିଶା ବିଧାନ ସଭାର ଗୃହ କମିଟିର ସଦସ୍ୟ ମାନେ ଯୋଗଦେଇଛନ୍ତି l ବିଧାୟକ ଲକ୍ଷ୍ମଣ ବାଗଙ୍କ ନେତୃତ୍ୱରେ ଆସିଥିବା ସମସ୍ତ ସଦସ୍ୟଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା | ଏହି ବୈଠକରେ ବିଧାୟକ ଅରବିନ୍ଦ ମହାପାତ୍ର, ବିଧାୟକଦୁର୍ଗା ଚରଣ ତନ୍ତୀ, ବିଧାୟକ ନରସିଂହ ମାଡକାମିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ l ବୈଠକରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l

ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜ଼ିଲ୍ଲାପାଳ ପ୍ରବୀଣ କୁମାର ବlଣୁଆ, ସମସ୍ତ ବ୍ଲକ ସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ l ଏହି ବୈଠକରେ ଜଳସେଚନ, ଗ୍ରାମ୍ୟ ଜଳଯୋଗାଣ, ପର୍ଯ୍ୟଟନ, ପଂଚାୟତିରାଜ, ଶିକ୍ଷା, ଆବାସିକ ବିଦ୍ୟାଳୟ ହଷ୍ଟେଲ, ସମସ୍ତ ପ୍ରକଳ୍ପ କାମ, ଓରମାସ, ଉଦ୍ୟାନ ବିଭାଗର ସମୀକ୍ଷା କରାଯାଇଥିଲା l ଗୃହ କମିଟିର ଅଧ୍ୟକ୍ଷ ଶ୍ରୀ ବାଗ ସମସ୍ତଙ୍କୁ ଏକ ବର୍ଷ ମଧ୍ୟରେ ବହୁତ କାମ କରିଥିବାରୁ ବହୁତ ପ୍ରଶଂସା କରିବା ସହ କର୍ତ୍ତବ୍ୟ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ଆହ୍ୱାନ କରିଥିଲେ l ସମସ୍ତଙ୍କ ଆଚାର, ବ୍ୟବହାର ଏବଂ ଉପସ୍ଥିତି ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଡେପୁଟି କଲେକ୍ଟର ଲିପସା ଭାରତୀ ଏହି ବୈଠକକୁ ପରିଚାଳନା କରିଥିଲେ l ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶା ବିଧାନସଭା ଗୃହ କମିଟି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ମାର୍କେଟ ୟାର୍ଡ, ମୁର୍ଶୁଣ୍ଢ1 ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସରଣ୍ଡା ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି | ବରିଷ୍ଠ ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିର ସଦସ୍ୟ ମାନେ ମାର୍କେଟ ୟାର୍ଡରେ ପହଞ୍ଚି ଧାନ ବିକ୍ରୟ ପାଇଁ ଆଣିଥିବା ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ | ଯଥାଶୀଘ୍ର ଚାଷୀ ମାନଙ୍କ ଧାନ ଉଠାଇବା ପାଇଁ ସଦସ୍ୟ ମାନେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ | ଗୃହ କମିଟି ପରିଦର୍ଶନ ସମୟରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା


 rajesh pande