କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ପ୍ରତିବାଦ କରି ୯ ଜୁଲାଇ ସାଧାରଣ ଧର୍ମଘଟର ସଫଳ ପାଇଁ ଭଦ୍ରକରେ ଶୋଭାଯାତ୍ରା
ଭଦ୍ରକ, ୫ ଜୁଲାଇ (ହି.ସ.) - ଆଜି ସନ୍ଧ୍ୟାରେ ସିଆଇଟିୟୁ ନେତୃତ୍ୱରେ ବିଭିନ୍ନ ସଙ୍ଗଠନ ସହ ଆସନ୍ତା ଜୁଲାଇ ୯ ତାରିଖ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଏକ ଶୋଭାଯାତ୍ରା ଜରିଆରେ ଆହ୍ୱାନ ଦିଆଯାଇଛି।ଏହି ଶୋଭାଯାତ୍ରାରେ ମୋଦି ସରକାରର ଜନବିରୋଧୀ ନୀତି ପ୍ରତ୍ୟାହାର, ଶ୍ରମିକ ବିରୋଧୀ ୪ ଟ
9 JULY DHARMAGHATA SAFALA PAIEN SOVAYATRA


ଭଦ୍ରକ, ୫ ଜୁଲାଇ (ହି.ସ.) - ଆଜି ସନ୍ଧ୍ୟାରେ ସିଆଇଟିୟୁ ନେତୃତ୍ୱରେ ବିଭିନ୍ନ ସଙ୍ଗଠନ ସହ ଆସନ୍ତା ଜୁଲାଇ ୯ ତାରିଖ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଏକ ଶୋଭାଯାତ୍ରା ଜରିଆରେ ଆହ୍ୱାନ ଦିଆଯାଇଛି।ଏହି ଶୋଭାଯାତ୍ରାରେ ମୋଦି ସରକାରର ଜନବିରୋଧୀ ନୀତି ପ୍ରତ୍ୟାହାର, ଶ୍ରମିକ ବିରୋଧୀ ୪ ଟି ଶ୍ରମ କୋଡ଼ ବାତିଲ, ସମସ୍ତ ଠିକା,ସ୍କିମ୍‌,ଅସଙ୍ଗଠିତ ଶ୍ରମିକ ମାନଙ୍କର ମାସିକ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ, ଚାଷୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ଗଣ ବଂଟନ ବ୍ୟବସ୍ଥା କରିବା, ଖାଦ୍ୟ ସାମଗ୍ରୀ,ଔଷଧ ଏବଂ କୃଷି ଯନ୍ତ୍ରପାତି ଉପରୁ ଜିଏସ୍ଟି ପ୍ରତ୍ୟାହାର, ରାଷ୍ଟ୍ରୀୟ ଉଦ୍ୟୋଗର ଘରୋଇକରଣ ବନ୍ଦ,୨୦୨୨ ର ବିଦ୍ୟୁତ ଆଇନ ବାତିଲ, କାମ କରିବାର ଅଧିକାରକୁ ସମ୍ବିଧାନର ମୌଳିକ ଅଧିକାର ଅନ୍ତର୍ଗତଭୁକ୍ତ କରିବା, ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ଉପରେ ଆକ୍ରମଣ ବନ୍ଦ ଆଦି ଦାବିରେ ଜୁଲାଇ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଭଦ୍ରକରେ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସେଦିନ ସକାଳ ୯ ଘଂଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହିତ ଆନ୍ଦୋଳନକୁ ସଫଳ କରିବା ପାଇଁ ନିବେଦନ କରାଯାଇଛି।ଏହି ଶୋଭାଯାତ୍ରାରେ ସିଆଇଟିୟୁ ର ସଭାପତି ଶ୍ରମିକ ନେତା ଦିବ୍ୟସିଂହ ନାୟକ,କୃଷକ ନେତା ଚନ୍ଦ୍ରଶେଖର ନାୟକ,କ୍ଷେତ ମଜଦୂର ୟୁନିଅନର ସମ୍ପାଦକ ଗିରିଧାରୀ ନାଥ, ଅନ୍ୟତମ ଶ୍ରମିକ ନେତା ରାଧା ଦାସ,କାଳନ୍ଦୀ ପାତ୍ର,ଅବଦଲ ପାଦ୍ରୀ,ସେକ କମର,ସେକ ସୁକ୍ରୁ,ସେକ ସତାର ଆଦି ଯୋଗ ଦେଇ ନେତୃତ୍ୱ ନେଇଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande