ଅଟକିଲା କେନ୍ଦୁଝର ବଳଦେବଜିଉଙ୍କ ରଥ
କେନ୍ଦୁଝର, 5 ଜୁଲାଇ (ହି.ସ.) ଆଜି ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡା଼ ଯାତ୍ରା ଆରମ୍ଭ ହୋଇଥଲା। ସମସ୍ତ ନିତିକ୍ରାନ୍ତି ପରେ ମାଉସୀ ମା ମନ୍ଦିରରୁ ତିନି ଠାକୁରଙ୍କୁ ପହଣ୍ଡି କରି ନନ୍ଦିଘୋଷ ରଥରେ ବିଜେ କରାଯାଇଥିଲା।
ଅଟକିଲା କେନ୍ଦୁଝର ବଳଦେବଜିଉଙ୍କ ରଥ


କେନ୍ଦୁଝର, 5 ଜୁଲାଇ (ହି.ସ.)

ଆଜି ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡା଼ ଯାତ୍ରା ଆରମ୍ଭ ହୋଇଥଲା। ସମସ୍ତ ନିତିକ୍ରାନ୍ତି ପରେ ମାଉସୀ ମା ମନ୍ଦିରରୁ ତିନି ଠାକୁରଙ୍କୁ ପହଣ୍ଡି କରି ନନ୍ଦିଘୋଷ ରଥରେ ବିଜେ କରାଯାଇଥିଲା। ପରେ ବର୍ଷା ସ୍ଵତେ ଭକ୍ତ ମାନେ ରଥକୁ ଟାଣି ନେଇଥିଲେ। କିନ୍ତୁ ରଥ ବଡ଼ଦାଣ୍ଡ ରେ ଗଳଗଣ୍ଡି ଠାରେ ଅଟକି ଯାଇଛି। ରଥ ଟଣା ନେଇ ନିର୍ଦ୍ଦେଶ ନେଇ ତ୍ରୁଟି ଦେଖାଦେଇଥିବା ବେଳେ ରଥ ଅଟକି ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆସନ୍ତା କାଲି ପ୍ରଶାସନ ପକ୍ଷରୁ ରଥ ଟଣା ଯାଇ ସୁନାବେଶ ଦର୍ଶନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande