ଓଡ଼ିଶାର ଟେକ୍ନୋଲୋଜି ଅଭିବୃଦ୍ଧିରେ ଯୋଡ଼ିହେଲା ଲଜାଇଲର ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର
ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ହବରେ ପରିଣତ କରିବାପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଅତ୍ୟାଧୁନିକ କର୍ମଶକ୍ତି ପରିଚାଳନା, ସାମର୍ଥ୍ୟର ଅପ୍ଟିମାଇଜେସନ୍ ଏବଂ ନବସୃଜନ ତଥା ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ରଖି ଏକ
ଓଡ଼ିଶାର ଟେକ୍ନୋଲୋଜି ଅଭିବୃଦ୍ଧିରେ ଯୋଡ଼ିହେଲା ଲଜାଇଲର ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର


ଭୁବନେଶ୍ୱର, 24 ଜୁନ୍ (ହି.ସ.)- ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ

ଟେକ୍ନୋଲୋଜି ହବରେ ପରିଣତ କରିବାପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଅତ୍ୟାଧୁନିକ

କର୍ମଶକ୍ତି ପରିଚାଳନା, ସାମର୍ଥ୍ୟର ଅପ୍ଟିମାଇଜେସନ୍ ଏବଂ

ନବସୃଜନ ତଥା ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ରଖି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା

ଲଜାଇଲ୍ ଏହାର ନୂତନ ସହାୟକ କମ୍ପାନୀ ଏବଂ ବିଶ୍ୱସ୍ତରୀୟ ନବସୃଜନ କେନ୍ଦ୍ର ଓଡ଼ିଶାରେ ଉଦଘାଟନ

କରିଛି ।

କାର୍ଯ୍ୟକ୍ରମ ଆରମ୍ଭରେ ଲଜାଇଲର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀ ପୂର୍ଣ୍ଣ ମିଶ୍ର

ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ କମ୍ପାନିର ଯାତ୍ରା ଏବଂ ଲକ୍ଷ୍ୟ ସମ୍ପର୍କରେ ସୂଚନା

ଦେଇଥିଲେ । ଏକ ଉପସ୍ଥାପନାରେ ସେ ଅତ୍ୟାଧୁନିକ କର୍ମଶକ୍ତି ପରିଚାଳନା, ସାମର୍ଥ୍ୟ ଅପ୍ଟିମାଇଜେସନ୍ ଏବଂନବସୃଜନ ଓ

ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା କ୍ଷେତ୍ରରେ ତାଙ୍କ କମ୍ପାନି ବିଶ୍ୱସ୍ତରରେ ନିଜର ଏକ ସ୍ୱତନ୍ତ୍ର

ପରିଚୟ ସୃଷ୍ଟି କରିପାରିଛି ବୋଲି ଉଲ୍ଲେଖ କରିଥିଲେ । ‘‘ଆମକୁ କୋଠା କିମ୍ବା ସଫ୍ଟୱେରର ଆବଶ୍ୟକତା ନାହିଁ, କିନ୍ତୁ ଏପରି ଲୋକଙ୍କର ଆବଶ୍ୟକତା ଅଛି ଯେଉଁମାନେ ଆମ ସହିତ ଦୀର୍ଘ ସମୟ ଧରି କାର୍ଯ୍ୟ

କରିପାରିବେ । ସେଥିପାଇଁ ପ୍ରକୃଷ୍ଟ ସହର ହେଉଛି ଭୁବନେଶ୍ୱର’’ ବୋଲି ସେ କହିଥିଲେ ।

ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ,

ଭୁବନେଶ୍ୱରରେ ଏକ

ଅତ୍ୟାଧୁନିକ ନବସୃଜନ କେନ୍ଦ୍ର ପ୍ରତିଷ୍ଠା କରିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ପ୍ରମୁଖ

କାରଣ ହେଉଛି ଏହାର ବିପୁଳ ପ୍ରତିଭା ଭଣ୍ଡାର । ପ୍ରତିଭାକୁ ପରିପୋଷିତ କରୁଥିବା ଏବଂ

ଦୀର୍ଘକାଳୀନ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରୁଥିବା ଏକ ସହଯୋଗୀ ଇକୋସିଷ୍ଟମ ଗଢ଼ି ତୋଳିବା

କମ୍ପାନିର ଲକ୍ଷ୍ୟ ଏବଂ ଏହା ଓଡ଼ିଶାର ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଲକ୍ଷ୍ୟ ସହ ପ୍ରଯୁକ୍ତ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,

ସଂସଦୀୟ ବ୍ୟାପାର ଏବଂ ବୈଦ୍ୟୁତିକ

ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲଜାଇଲ୍‍ର ପ୍ରତିଷ୍ଠାତା ତଥା

ସିଇଓ ଶ୍ରୀ ମିଶ୍ର ତଥା ତାଙ୍କ ଟିମର ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ପାଇଁ ଅଭିନନ୍ଦନ ଜଣାଇଥିଲେ

ଶ୍ରୀ ମହାଲିଙ୍ଗ କହିଥିଲେ ଯେ,

ସକ୍ରିୟ ପ୍ରଶାସନ, ଅନୁକୂଳ ବ୍ୟବସାୟିକ ପରିବେଶ ସହ ଏକ ପ୍ରତିଶ୍ରୁତିପୂର୍ଣ୍ଣ ନିବେଶ-ଗନ୍ତବ୍ୟସ୍ଥଳ ଭାବରେ

ଭୁବନେଶ୍ୱର ଉଭା ହେଉଛି । କମ୍ପାନିର ଉଦଘାଟନ କେବଳ ଏକ ସୁବିଧାର ଶୁଭାରମ୍ଭ ନୁହେଁ, ବରଂ ଏହା ସୁଯୋଗ ଏବଂ ନବସୃଜନ ମଧ୍ୟରେ ଏକ ଦୀର୍ଘକାଳୀନ ସହଭାଗିତାର ଶୁଭାରମ୍ଭ ।

ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର

ଦେବ ଭୁବନେଶ୍ୱରରେ ଲଜାଇଲର ଉପସ୍ଥିତିକୁ ସ୍ୱାଗତ କରିଥିଲେ । ସେ କହିଥିଲେ, ଲଜାଇଲ୍‍ର ଉପସ୍ଥିତି ଓଡ଼ିଶାର ଇକୋସିଷ୍ଟମ ପାଇଁ ଏକ ବିରାଟ ପ୍ରୋତ୍ସାହନ’’ । ସେ ଭିତ୍ତିଭୂମି, ପ୍ରତିଭା ବିକାଶ ଏବଂ ଗବେଷଣା ଓ ବିକାଶ

ପାଇଁ ପ୍ରୋତ୍ସାହନ ସମେତ ଟେକ୍ ନିବେଶକୁ ଆକର୍ଷିତ କରିବା ନିମନ୍ତେ ରାଜ୍ୟର ବିଭିନ୍ନ

ପ୍ରଗତିଶୀଳ ନୀତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ

ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି ବୋଲି ସେ

କହିଥିଲେ ।ଏହି ସମାରୋହରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ୱତନ୍ତ୍ର

ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମ ଶେଷରେ ଲଜାଇଲ୍‌ର ଭାରତ ମୁଖ୍ୟ ଶ୍ରୀ ଶୁଭାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ

କରିଥିଲେ । ତାସହ ସେ ଉପସ୍ଥିତ ଅଧିକାରୀ ଓ ଶିଳ୍ପ ନେତାମାନଙ୍କୁ ସେମାନଙ୍କର ସମର୍ଥନ ଏବଂ

ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande