ସୋନପୁର, 25 ଜୁନ୍ (ହି.ସ.)
୭୦ ତମ ପ୍ରତିଷ୍ଠା ଦିବସ ଅବସର ରେ ମନମୁଣ୍ଡା ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗତକାଲି ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ଷ୍ଟେଟ ବ୍ୟାଙ୍କ ରିଜିଓନାଲ ମ୍ୟାନେଜର ପ୍ରକାଶ ଗ୍ରହଚାର୍ଯ୍ୟ ଶୁଭ ଉଦ୍ଘାଟନ କରି ରକ୍ତ ଦାତା ଓ ମିଡିଆ ଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରି ଥିଲେ l ଓ ଗ୍ରାହକ ସେବା ସହ ବ୍ୟାଙ୍କ ର ଏ ଅନେକ ସାମାଜିକ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଡି ଏସ ପି ଚନ୍ଦ୍ର ଶେଖର ଶବର, ମନମୁଣ୍ଡା ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜର ବାଳ ଗୋପାଳ ନାୟକ, ଆସିଷ୍ଟାଣ୍ଟ ମ୍ୟାନେଜର ତାପସ କୁମାର ବେହେରା, ସରପଞ୍ଚ ରଞ୍ଜୁ ବେହେରା, ସ୍ବଚ୍ଛ ଭାରତ ସଙ୍ଗଠନ ସଭାପତି ସାୟଦ ଅଲିମୂଲ୍ ଇସଲାମ, ଉପଦେଷ୍ଟା ପ୍ରମୋଦ କୁମାର ସାହୁ, କୋଡ଼ିନେଟର ମନୋରଂଜନ ତ୍ରୀପାଠୀ, ସୋନପୁର ପୋଲିସ କନଷ୍ଟେବଳ ସଂଘ ସଭାପତି ଦିନେଶ ମିଶ୍ର, ରାଜ୍ୟ ରକ୍ତ ଦାତା ସଂଘ ଉଦ୍ୟୋକ୍ତା ମନୋଜ୍ ପଣ୍ଡା, ବ୍ୟାଙ୍କ କର୍ମଚାରୀ ଦୂର୍ବାଦଳ ମେହେର ଯୋଗ ଦେଇ ରକ୍ତ ଦାତା ଙ୍କୁ ପ୍ରେରଣା ପ୍ରଦାନ କରିଥିଲେ l ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସା ଲୟ ରକ୍ତ କେନ୍ଦ୍ର ପକ୍ଷରୁ ଡ଼ା ଚିତ୍ତ ରଞ୍ଜନ ତ୍ରୀପାଠୀ, ଟେକ୍ନି ସିଆନ୍ ଜଗତ ଦରୁଆନ, ଟିଟୁ ଭୋଇ, ଯୁଧିଷ୍ଟିର ନାଏକ ଯୋଗ ଦେଇ ପ୍ରାଥମିକ ଚିକିତ୍ସା ଓ ରକ୍ତ ସଂଗ୍ରହ କାର୍ଯ୍ଯ କୁ ପରିଚାଳନା କରିଥିଲେ l ସୋନପୁର ମନମୁଣ୍ଡା ସ୍ବଚ୍ଛ ଭାରତ ସଙ୍ଗଠନ, ମନମୁଣ୍ଡା ତ୍ରିରଙ୍ଗା କ୍ଲବ, ୟଙ୍ଗ ଷ୍ଟାର ଆସୋସିଏସନ୍, ଜୱାନ କ୍ଲବ, ଡ଼୍ରାଇଭର ଆସୋସିଏସନ୍ ପ୍ରମୁଖ ସ୍ୱେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ଯୋଗ ଦେଇ ରକ୍ତ ଦାନ ସହ ସମସ୍ତ ସହଯୋଗ କରିଥିଲେ l ସମୁଦାୟ ୬୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଏଥି ମଧ୍ୟରୁ ତିନି ଜଣ ମହିଳା ସଲମା ଖାତୁନ, ମଲ୍ କାଏ ତବସୁମ, ଓ ସ୍ୱାଗତିକା ପାଣିଗ୍ରାହୀ ଓ ଷ୍ଟେଟ୍ ବ୍ୟାଙ୍କ ଶାଖା ମ୍ୟାନେଜର ଶ୍ରୀ ନାୟକ ଓ ସମସ୍ତ କର୍ମଚାରୀ ରକ୍ତ ଦାନ କରି ଯୁବ ପିଢୀ, ମହିଳା ଓ ସମଗ୍ର ସମାଜ ପାଇଁ ପ୍ରେରଣା ପ୍ରଦାନ କରିଥିଲେ l ସାଇନିଙ୍ଗ ଷ୍ଟାର କ୍ଲବ ସଦସ୍ୟ ସୟଦ ରିଆଜୁଲ ଇସଲାମ, ଚିଣ୍ଟୁ ସେନାପତି ଙ୍କ ସମେତ ସମସ୍ତ କ୍ଲବ ର ସଦସ୍ୟ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ