ସମ୍ବଲପୁର, ୨୫ ଜୁନ୍ (ହି.ସ.) - ଧନୁପାଲି ରଥଯାତ୍ରା ଉତ୍ସବ କମିଟି – ୨୦୨୫ ର କାର୍ଯ୍ୟକାରୀ ସଭାପତି ଦେବାଶିଷ ପୁରୋହିତ ଙ୍କ ଆବାହକତ୍ୱରେ ଗୋବିନ୍ଦତୋଲା ଦୁର୍ଗାପୂଜା ସଭା ଗୃହରେ ଧନୁପାଲି ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ “ଧନୁପାଲି – ଗୋବିନ୍ଦତୋଲା ରଥଯାତ୍ରା ସମନ୍ୱୟ ସମିତି”ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଧନୁପାଲି ରଥଯାତ୍ରା ଉତ୍ସବ କମିଟି – ୨୦୨୫ ର ଉପସଭାପତି ସୌରଭ ରଞ୍ଜନ ମହାପାତ୍ର ସଭା ପରିଚାଳନା କରିଥିଲେ। ଏହି ବୈଠକରେ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମ୍ପର୍କ ରେ ସମସ୍ତ ଦିଗ ଉପରେ ତଥା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ତଥା ସୁପରିଚାଳନା ପାଇଁ ସମ୍ବନୟ ସମିତି ତରଫରୁ ପୋଲିସ ସହଯୋଗ ପାଇଁ ପ୍ରସ୍ତାବ ରଖା ଯାଇଥିଲା। ଏହି ବୈଠକରେ ସଦର ଏସଡ଼ିପିଓ ତୋଫାନ ବାଘ ଓ ଧନୁପାଲି ଥାନା ଅଧିକାରୀ ଆଦିତ୍ୟ ମହାକୁଡ ଉପସ୍ଥିତ ଥିଲେ। ଏହି ଅବସରରେ ସମନ୍ମେ ସମିତି ର ଅଜୟ କୁମାର ସାହୁ, ପ୍ରଦୀପ ପାଢ଼ୀ, ରାଜ କିଶୋର ପୁରୋହିତ, ରଞ୍ଜିତ ରଥ, ବିଦେଶୀ ସନ ବଡ, ବିଷ୍ଣୁ ଗୁରୁ, ଦୀପକ ପଣ୍ଡା, ସଞ୍ଜୟ ତ୍ରିପାଠୀ, ଡ଼. ରାଜାରାମ ଷଡ଼ଙ୍ଗୀ, ଜୟନାରାୟଣ ଶତପଥୀ ଓ ଦିଲୀପ ଠାକୁର ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରା ପରିଚାଳନା ନେଇ ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ