ସୁବର୍ଣ୍ଣପୁର ଜିଲ୍ଲା ସାରା ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ତାତିଲେ ଚାଷୀ, ଯୋଗାଣ ମନ୍ତ୍ରୀଙ୍କ ସହ ବିଧାୟକ ରଘୁନାଥ ଜଗଦଲା କଲେ ଆଲୋଚନା
ସୁବର୍ଣ୍ଣପୁର, ୨୬ ଜୁନ୍ (ହି.ସ.)- ଧାନ ଟୋକନ ଟାର୍ଗେଟ ର ଅଭାବ ଓ ବୈଦ୍ୟନାଥ ସେବା ସମବାୟ ସମିତିରେ ଧାନ ରଖିବା ଅବ୍ୟବସ୍ଥା ନେଇ ସୋନପୁର ବ୍ଲକ ବୈଦ୍ୟନାଥ ପ୍ୟlକ୍ସ ଚାଷୀ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଓ ଧାରଣା ଦେଇଥିବା ବେଳେ ଟୋକନ୍ ଟାର୍ଗେଟ କମ୍ ଥ
ସୁବର୍ଣ୍ଣପୁର ଜିଲ୍ଲା ସାରା ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ତାତିଲେ ଚାଷୀ*- *ଯୋଗାଣ ମନ୍ତ୍ରୀଙ୍କ ସହ ବିଧାୟକ ଈଂ ରଘୁନାଥ ଜଗଦଲା କଲେ ଆଲୋଚନା*


ସୁବର୍ଣ୍ଣପୁର ଜିଲ୍ଲା ସାରା ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ତାତିଲେ ଚାଷୀ*- *ଯୋଗାଣ ମନ୍ତ୍ରୀଙ୍କ ସହ ବିଧାୟକ ଈଂ ରଘୁନାଥ ଜଗଦଲା କଲେ ଆଲୋଚନା*


ସୁବର୍ଣ୍ଣପୁର, ୨୬ ଜୁନ୍ (ହି.ସ.)- ଧାନ ଟୋକନ ଟାର୍ଗେଟ ର ଅଭାବ ଓ ବୈଦ୍ୟନାଥ ସେବା ସମବାୟ ସମିତିରେ ଧାନ ରଖିବା ଅବ୍ୟବସ୍ଥା ନେଇ ସୋନପୁର ବ୍ଲକ ବୈଦ୍ୟନାଥ ପ୍ୟlକ୍ସ ଚାଷୀ ସଂଗଠନ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଓ ଧାରଣା ଦେଇଥିବା ବେଳେ ଟୋକନ୍ ଟାର୍ଗେଟ କମ୍ ଥିବାରୁ କଟନି ଛଟନି ହୋଇ ଧାନ କିଣାଯିବ ବୋଲି ପେକ୍ସ କର୍ମଚାରୀ କହୁଥିବା ଓ ସିଧାସଳଖ ରାଇସ ମିଲ କୁ ଧାନ ଦିଅ ବୋଲି କହିବା ବିଷୟ ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି l ସେହିପରି ସୋନପୁର ବ୍ଳକ୍ ର ବାଲପୁର ସେବା ସମବାୟ ସମିତିର ଚାଷୀ ସଂଗଠନ ଧାନ ଉଠାଣ ଦାବୀ ନେଇ ଆଜି ସମାନ ଢଙ୍ଗରେ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ l ଗତ ୧୯ ତାରିଖରୁ ଏ ଅଞ୍ଚଳର ଧାନ ଉଠାଣ ଦାବୀ ନେଇ ବିଭାଗୀୟ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିବା ଓ ୩୦ ତାରିଖ ସୁଦ୍ଧା ଧାନ ଉଠାଇବାକୁ ପ୍ରତିଶୃତି ଦେଇ ମଧ୍ୟ ପ୍ରତିଶୃତି ଫେଲ ମାରିଥିବା ଓ ଆଜି ସୁଦ୍ଧା ୧୦୦ ବସ୍ତା ଧାନ ବି ଉଠି ନ ଥିବା ଅଭିଯୋଗ କରିଛନ୍ତି ଚାଷୀ l ତା ସହିତ ମଣ୍ଡି ମାନଙ୍କରେ ସେଡ ର ବ୍ୟବସ୍ଥା ନ ଥିବାରୁ ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ ପଡି ରହିଥିବା ବିଷୟ ମଧ୍ୟ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଏ ଚାଷୀ ସଂଗଠନ ଜଣାଇଛନ୍ତି l ଜିଲ୍ଲାର ବିଭିନ୍ନ ଅଞ୍ଚଳର ମଣ୍ଡି ମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ବୀର ମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ ସହ ଆଲୋଚନା କରି ଜିଲ୍ଲାରେ ଦେଖା ଦେଇଥିବା ଚାଷୀଙ୍କ ଧାନ ବିକ୍ରୟ ସମସ୍ୟା, ଟୋକନ ସମସ୍ୟା ଓ ମଣ୍ଡି ମାନଙ୍କର ଭିତ୍ତିଭୂମିର ବିକାଶ ଉପରେ ଅବଗତ କରାଇଥିଲେ l ଓ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରେ ତୁରନ୍ତ ଧାନ ଉଠାଇବାକୁ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande