ରଥଯାତ୍ରା ସେବା ଶିବିରର ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର, ୨୬ ଜୁନ (ହି.ସ.) - ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୁରୁବାର ପୁରୀ ଜିଲ୍ଲା ଟାଉନ ହଲ ଠାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସେବା ନିମନ୍ତେ ''ବିକାଶାର୍ଥେ ବିଦ୍ୟାର୍ଥୀ ଟ୍ରଷ୍ଟ'' ଏବଂ ''ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ'' ତରଫରୁ ଅନୁଷ୍ଠିତ ''''ରଥଯାତ୍ରା ସେବା
ରଥଯାତ୍ରା ସେବା ଶିବିରର ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ


ଭୁବନେଶ୍ୱର, ୨୬ ଜୁନ (ହି.ସ.) - ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗୁରୁବାର ପୁରୀ ଜିଲ୍ଲା ଟାଉନ ହଲ ଠାରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସେବା ନିମନ୍ତେ 'ବିକାଶାର୍ଥେ ବିଦ୍ୟାର୍ଥୀ ଟ୍ରଷ୍ଟ' ଏବଂ 'ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ' ତରଫରୁ ଅନୁଷ୍ଠିତ ''ରଥଯାତ୍ରା ସେବା ଶିବିର-୨୦୨୫'' କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ରଥଯାତ୍ରା ସମୟରେ ଉଭୟ ସଂଗଠନର ମିଳିତ ପ୍ରୟାସରେ ପ୍ରତିବର୍ଷ ଭକ୍ତମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ପ୍ରଦାନ, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ସେବାକାର୍ଯ୍ୟ ପ୍ରଦାନ କରାଯାଉଛି। ବିଶେଷ କରି ଭିଡ଼ ସମୟରେ ସ୍ୱାସ୍ଥ୍ୟ ସେବା ପ୍ରଦାନର ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ପର୍କରେ ଯୁବ ସ୍ୱେଚ୍ଛାସେବୀଙ୍କୁ ଅବଗତ କରାଇଛି। ଯୁବ ବୟସରେ ଜନସେବା ଲାଗି ସେମାନଙ୍କ ମନରେ ଥିବା ଉତ୍ସାହ ମତେ ଆନନ୍ଦିତ କରିଛି। ଏଭଳି ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ ଅଟେ।

ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବରିଷ୍ଠ ନେତୃତ୍ୱ, ଯୁବ ସ୍ୱେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande