କବରାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସୁରକ୍ଷା ସପ୍ତାହ
ସମ୍ବଲପୁର, ୨୬ ଜୁନ୍‌(ହି.ସ.) – ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ କବରାପାଲି ସ୍ଥିତ ବୀର ସୁରେନ୍ଦ୍ର ସାଏ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବିଦ୍ୟାଳୟ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଯାଇଛି। ଏଥିରେ ସିନ୍ଦୁରପଙ୍କ ସ୍ଥିତ ସଦର ଥାନାର ଏସଆଇ ଏସ ମହେନ୍ଦ୍ର ରାଓ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀଛାତ୍ର
କବରାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସୁରକ୍ଷା ସପ୍ତାହ


କବରାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସୁରକ୍ଷା ସପ୍ତାହ


କବରାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସୁରକ୍ଷା ସପ୍ତାହ


ସମ୍ବଲପୁର, ୨୬ ଜୁନ୍‌(ହି.ସ.) – ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ କବରାପାଲି ସ୍ଥିତ ବୀର ସୁରେନ୍ଦ୍ର ସାଏ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବିଦ୍ୟାଳୟ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଯାଇଛି। ଏଥିରେ ସିନ୍ଦୁରପଙ୍କ ସ୍ଥିତ ସଦର ଥାନାର ଏସଆଇ ଏସ ମହେନ୍ଦ୍ର ରାଓ ଅତିଥି ଭାବରେ ଯୋଗ ଦେଇ ଛାତ୍ରୀଛାତ୍ରଙ୍କୁ ସାଇବର ଅପରାଧ ବିଷୟରେ ସଚେତନ କରିଥିଲେ। ସାଧାରଣ ଅପରାଧ ଏବଂ ସାଇବର ଅପରାଧ ମଧ୍ୟରେ ରହିଥିବା ପାର୍ଥକ୍ୟ ବିଷୟରେ ସେ ଛାତ୍ରୀଛାତ୍ରଙ୍କୁ ଅବଗତ କରିଥିଲେ। ସଚେତନତା ହିଁ ସୁରକ୍ଷିତ ରହିବାର ଉପାୟ ବୋଲି ସେ କହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କୌଶଲ୍ୟା ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷୟତ୍ରୀ ଶୁଭ୍ରକାନ୍ତୀ ନାଥ ପରିଚାଳନା କରିଥିଲେ। ସୂଚନା ଯୋଗ୍ୟରେ ଗତ ୨୦ ତାରିଖରୁ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସୁରକ୍ଷା ସପ୍ତାହ ପାଳନ କରାଯାଉଥିଲା। ଗତ ୨୦ ତାରିଖରେ ଅଭିଭାବକ ମାନଙ୍କ ବୈଠକ କରାଯାଇ ବିଦ୍ୟାଳୟର ସୁରକ୍ଷା ବିଷୟରେ ଆଳୋଚନା କରାଯାଇଥିଲା। ଏହାପରେ ବିଗତ ଗୋଟିଏ ସପ୍ତାହ ଧରି ଛାତ୍ରୀଛାତ୍ର ମାନଙ୍କୁ ହାତଧୁଆ, ବିଷଧର ସାପ, ବିଷାକ୍ତ କିଟ ପତଙ୍ଗ ଆକ୍ରମଣ, ଅଗ୍ନି ନିରାପତା, ନିଆଲିଭା ଯନ୍ତ୍ର ବ୍ୟବହାର ,ରାସ୍ତାରେ ଯାନବାହାନ ଚଳାଚଳ ଆଦି ବିଭିନ୍ନ ବିଷୟରେ ସଚେତନ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନେ ଛାତ୍ରୀଛାତ୍ରଙ୍କୁ ନିଜର ସୁରକ୍ଷା ଦିଗରେ କଣ ସବୁ ପଦକ୍ଷେପ ଗ୍ରହଣ କରିବା କଥା ସେ ନେଇ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande