ଧର୍ମଶାଳା,୨୬ଜୁନ୍(ହି.ସ.) - କେନ୍ଦ୍ର ବାଲ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବିଶିଷ୍ଟ ଶିଶୁ ସାହିତ୍ୟିକ ଡ଼କ୍ଟର ରାଜକିଶୋର ପାଢ଼ୀଙ୍କୁ ଆଜି ଅପରାହ୍ନରେ ଜାରକା ହାଇସ୍କୁଲସ୍ଥିତ ଆମ ପାଠାଗାର ପରିସରରେ ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସାହିତ୍ୟ ସମାଜର ସଭାପତି କାହ୍ନୁଚରଣ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଡକ୍ଟର ରୁଦ୍ରନାରାୟଣ ପୃଷ୍ଟି, ଡ଼କ୍ଟର ରବୀନ୍ଦ୍ର ବିହାରୀ ଓ ସାଧାରଣ ସଂପାଦକ ଡ଼କ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଡକ୍ଟର ପାଢ଼ୀଙ୍କ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କେତେ ଫୁଲ ଫୁଟିଛି ପୁସ୍ତକର ସ୍ରଷ୍ଟା ଡ଼କ୍ଟର ପାଢ଼ୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ମିର୍ଜାପୁରସ୍ଥିତ ବନ୍ଦେ ଉତ୍କଳ ଜନନୀ ଅନୁଷ୍ଠାନ ଓ ହରିଦାସପୁର ସ୍ଥିତ ହୋଲି ଜେଶସ ସ୍କୁଲ ତତଫରୁ ଶ୍ରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅବସରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବେହେରା,ଅଧ୍ୟକ୍ଷ ବଳଭଦ୍ର ଦାଶ, ପ୍ରାଧ୍ୟାପକ ରାଧାଶ୍ୟାମ ସାହୁ, ସାହିତ୍ୟ ସଂଗଠିକା ମିନତୀ ସାହୁ,ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ,ବିଜୟ କୁମାର ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ସ୍ୱାଇଁ, କଥାକାର ଅର୍ଜ୍ଜୁନ ପୃଷ୍ଟି, ଶିକ୍ଷାବିତ ବିଭୂତି ଭୂଷଣ ପାଳ, ବ୍ରଜକିଶୋର ଦାଶ,ଶିକ୍ଷୟିତ୍ରୀ କାମିନୀ ନାୟକ, ରୂପାଲି ସଂପାଦକ ପ୍ରହଲ୍ଲାଦ ପଣ୍ଡା, ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ, ଶିକ୍ଷାବିତ ଯୁଧିଷ୍ଟିର ସ୍ୱାଇଁ, କବି ଅଖିଳ କୁମାର ସ୍ୱାଇଁ, ସବିତା ମିଶ୍ର, କ୍ୟାପଟେନ ତ୍ରିଲୋଚନ ବିଶ୍ୱାଳ, ଯୁଗଳ ଦାସ, ଗୋଲକ ଚନ୍ଦ୍ର ପଲେଇ,ଶୁଭକାନ୍ତ ନାୟକ ପ୍ରମୁଖ ଡ଼କ୍ଟର ଶ୍ରୀ ପାଢ଼ୀଙ୍କ ସାହିତ୍ୟ କୃତି ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। କବି ବିଜୟ କୁମାର ଦେବତା ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ