ସମ୍ବଲପୁର ସହରରେ ପାନୀୟ ଜଳ ସମସ୍ୟାର ପ୍ରତିକାର ଯୋଜନା
ସମ୍ବଲପୁର, ୨୫ ଜୁନ୍ (ହି.ସ.) - ସମ୍ବଲପୁର ପୌରାଂଚଳ, ବୁର୍ଲା ଓ ହୀରାକୁଦ ଏନଏସି ଏବଂ ପାର୍ଶ୍ୱବର୍ତୀ ପ୍ରାୟ ୫୨ ଟି ଗାଁକୁ ମିଶାଇ ଦଶ ବର୍ଷ ପୂର୍ବରୁ ସମ୍ବଲପୁର ମହାନଗର ନିଗମ ଗଠନ କରାଯାଇଥିଲା। ହେଲେ ବୃହତାକାର ମହାନଗର ର ସହର ଓ କେତେକ ଗ୍ରାମରେ ପାନୀୟ ଜଳ ଭଳି ମୌଳିକ ସୁବିଧାର ଅଭାବ ଲାଗିରହିଛି। ଯ
ସମ୍ବଲପୁର ସହରରେ ପାନୀୟ ଜଳ ସମସ୍ୟାର ପ୍ରତିକାର ଯୋଜନା


ସମ୍ବଲପୁର, ୨୫ ଜୁନ୍ (ହି.ସ.) - ସମ୍ବଲପୁର ପୌରାଂଚଳ, ବୁର୍ଲା ଓ ହୀରାକୁଦ ଏନଏସି ଏବଂ ପାର୍ଶ୍ୱବର୍ତୀ ପ୍ରାୟ ୫୨ ଟି ଗାଁକୁ ମିଶାଇ ଦଶ ବର୍ଷ ପୂର୍ବରୁ ସମ୍ବଲପୁର ମହାନଗର ନିଗମ ଗଠନ କରାଯାଇଥିଲା। ହେଲେ ବୃହତାକାର ମହାନଗର ର ସହର ଓ କେତେକ ଗ୍ରାମରେ ପାନୀୟ ଜଳ ଭଳି ମୌଳିକ ସୁବିଧାର ଅଭାବ ଲାଗିରହିଛି। ଯାହା ଫଳରେ ପାନୀୟ ଜଳ ସମସ୍ୟାକୁ ନଜରରେ ରଖି ଏବେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରାଂଚଳ ଲୋକଙ୍କୁ ନିରନ୍ତର ପାନୀୟ ଜଳ ଯୋଗାଣ ପାଇଁ ଏକ ଏକ ନୂତନ ପ୍ରକଳ୍ପ ହାତକୁ ନିଆଯାଇଛି। ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ୬ ଶହ କୋଟି ଟଙ୍କା ବ୍ୟୟବରାଦ ସହିତ ଟେଣ୍ଡର ଆହ୍ୱାନ କରାଯାଇଛି। ଏନେଇ ସମ୍ବଲପୁର ମହାନଗର ନିଗମର କମିଶନର ବେଦ ଭୂଷଣ ସୂଚନା ଦେଇଛନ୍ତି। ବର୍ତମାନ ସମ୍ବଲପୁର ମହାନଗରର ଜନସଂଖ୍ୟା ପ୍ରାୟ ୫ ଲକ୍ଷ ହେବ। ଏହିଭଳି ଏକ ଜନସଂଖ୍ୟାକୁ ବ୍ୟବହାରଯୋଗ୍ୟ ଜଳ ଯୋଗେଇବା ଜନ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ବଡ଼ ଆହ୍ୱାନ ରହିଛି। ମୁଖ୍ୟତଃ ପାଖରେ ହୀରାକୁଦ ଜଲଭଣ୍ଡାର ଓ ମହାନଦୀ ଥିବାରୁ ଏଠାରେ ପାଣି ର କୌଣସି ଅସୁବିଧା ନାହିଁ।ସମ୍ବଲପୁର ମହାନଗରରେ ଥିବା ୮ ଟି ପାନୀୟ ଜଳ ବିଶୋଧନ ୟୁନିଟ ରହିଛି। ଲୋକସଂଖ୍ୟା ଅନୁପାତରେ ଏହା ପର୍ଯ୍ୟାପ୍ତ ନୁହେଁ। ଏଣୁ ଜନସ୍ୱାସ୍ଥ୍ୟ ବିଭାଗ ସହର ଆଖପାଖରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କେତେକ ପ୍ରକଳ୍ପ ଉପରେ ନିର୍ଭରଶୀଳ। ତେବେ ପାନୀୟ ଜଳ ଅଭାବର ସ୍ଥାୟୀ ପ୍ରତିକାର ପାଇଁ ଏବେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ଏହି ବୃହତ ପ୍ରକଳ୍ପ ଦ୍ୱାରା ମୁଖ୍ୟତଃ ସହରର ପ୍ରତ୍ୟେକ ଅଂଚଳକୁ ୨୪ ଘଂଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିବ। ଏଥିପାଇଁ କେତେକ ପୁରୁଣା ପାନୀୟ ଜଳ ଯୋଗାଣ ପାଇପ ବଦଳାଯିବା ସହ କେତେକ ନୁଆ ଜଳ ବିଶୋଧନ ଜେନ୍ଦ୍ର ନିର୍ମାଣ କରାଯିବ କ୍ଷମହାନଗର ନିଗମର କମିଶନର ବେଦ ଭୂଷଣ କହିଛନ୍ତି ଯେ, ସହର ପାଖରେ ହୀରାକୁଦ ଡ୍ୟାମ ଯୋଗୁଁ ପାଣିର କୌଣସି ଅସୁବିଧା ନାହିଁ। ତେବେ ବିଷୋଧିତ ପାଣି ଯୋଗାଣ ପାଇଁ ପାଇପ ସଂଯୋଗୀକରଣ ବ୍ୟବସ୍ଥା ଦରକାର। ସେଥିପାଇଁ ଏବେ ସରକାର ନିଷ୍ପତି ନେଇଛନ୍ତି କ୍ଷ ଏହି ପରିପ୍ରେକ୍ଷୀରେ ଏକ ଟେଣ୍ଡର ଡକାଯାଇଛି ଯେଉଁଥିରେ ୬ଶହ କୋଟିର ଖର୍ଚ୍ଚ ହେବ.ସୂଚନାଯୋଗ୍ୟ ଯେ ସମ୍ବଲପୁର ମହାନଗରରେ ଜନ ସ୍ୱାସ୍ଥ୍ୟ ବିଭାଗର ପ୍ରାୟ ୭୦ ହଜାର ଗ୍ରାହକ ଅଛନ୍ତି କ୍ଷ ଅନ୍ୟପଟେ ମହାନଗରରେ ପ୍ରାୟ ୫ ଲକ୍ଷ ଲୋକ ବସବାସ କରୁଛନ୍ତି । ଏହିଭଳି ଭାବରେ ଦୈନିକ ଜଣେ ବ୍ୟକ୍ତିକୁ ୧୬୫ ଲିଟରର ପାଣି ର ଆବଶ୍ୟକତା ରହିଛିଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ମହାନଗରରେ ପୂର୍ବରୁ ୮ଟି ଜଳ ବିଶୋଧନ ପ୍ଲାଂଟ ରହିଛି। ସମ୍ବଲପୁର ସହରର ୍ୱରେଇପାଲି ରେ ୪୦, ମୁଦିପଡାରେ ୧୧, ହୀରାକୁଦ ସହରରେ ଗୋଟିଏ ୯, ବୁର୍ଲା ସହର ରେ ଗୋଟିଏ ୪. ୫, ଗୋଟିଏ ୬ ଓ ୨. ୨୫ ଏମଏଲଡି ୩ ଟି ବିଶୋଧନ ପ୍ଲାଂଟ ରହିଛି। ତେବେ ଏହି ନୂତନ ପ୍ରକଳ୍ପ ରେ ବର୍ତମାନ ସମ୍ବଲପୁର ସହରର କାଇଁଶୀର ରୋଡ଼ ଅଞ୍ଚଗୋଟିଏ ୬୫ ଏମ ଏଲ ଡି କ୍ଷମତା ଓ ବୁର୍ଲା ସହରର ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଂଚଳରେ ୩୫ ଏମ ଏଲ ଡି କ୍ଷମତା ର ଜଳ ବିଶୋଧନ ପ୍ଲାଂଟ ନିର୍ମାଣ କରାଯିବ। ଏହା ଦ୍ୱାରା ସମ୍ବଲପୁର ମହାନଗର ଅଂଚଳରେ ଥିବା ପାଣି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande