ପଂଜାବ କଂଗ୍ରେସର ଦୁଇ ନେତାଙ୍କ ଇସ୍ତଫା
ଚଣ୍ଡିଗଡ 25 ଜୁନ (ହି.ସ)-ଲୁଧିୟାନା ପଶ୍ଚିମ ବିଧାନସଭା ଉପନିର୍ବାଚନରେ ପରାଜୟ ପରେ ପଞ୍ଜାବ କଂଗ୍ରେସରେ ଇସ୍ତଫାର ଲହରୀ ଆରମ୍ଭ ହୋଇଛି।ପାର୍ଟୀର ଦୁଇ ବରିଷ୍ଠ ନେତା ପରଗଟ ସିଂହ ଏବଂ କୁଶଳଦୀପ ସିଂହ ଢିଲ୍ଲୋ ପଞ୍ଜାବ କଂଗ୍ରେସର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।ମଙ୍ଗଳବ
ପଂଜାବ କଂଗ୍ରେସର ଦୁଇ ନେତାଙ୍କ ଇସ୍ତଫା


ଚଣ୍ଡିଗଡ 25 ଜୁନ (ହି.ସ)-ଲୁଧିୟାନା ପଶ୍ଚିମ ବିଧାନସଭା ଉପନିର୍ବାଚନରେ

ପରାଜୟ ପରେ ପଞ୍ଜାବ କଂଗ୍ରେସରେ ଇସ୍ତଫାର ଲହରୀ ଆରମ୍ଭ ହୋଇଛି।ପାର୍ଟୀର ଦୁଇ ବରିଷ୍ଠ ନେତା

ପରଗଟ ସିଂହ ଏବଂ କୁଶଳଦୀପ ସିଂହ ଢିଲ୍ଲୋ ପଞ୍ଜାବ କଂଗ୍ରେସର ଉପାଧ୍ୟକ୍ଷ ପଦରୁ ଇସ୍ତଫା

ଦେଇଛନ୍ତି।ମଙ୍ଗଳବାର ରାତିରେ ଜାଳନ୍ଧର କ୍ୟାଣ୍ଟର ବିଧାୟକ ଏବଂ ଭାରତୀୟ ହକି ଟିମର ପୁର୍ବ

ଖେଳାଳୀ ପରଗଟ ସିଂହ ରାଜ୍ୟ କଂଗ୍ରେସ ୟୁନିଟର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି।ଉପନିର୍ବାଚନରେ

କଂଗ୍ରେସର ପରାଜୟ ପରେ ସେ ଏହି ପଦକ୍ଷେପ ନେଇଥିଲେ।ପରଗଟ ସିଂହ କିଛି ସମୟ ପରେ କଂଗ୍ରେସର ପୁର୍ବ

ବିଧାୟକ କୁଶଳଦୀପ ସିଂହ ଢିଲ୍ଲୋ ଓରଫ କିକ୍କୀ ଢିଲ୍ଲୋ ମଧ୍ୟ ଇସ୍ତଫା ଦେଇଥିଲେ।ଉଭୟ ନେତା

ସେମାନଙ୍କର ଇସ୍ତଫାପତ୍ର ଅଲ ଇଣ୍ଡିଆ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ (ସଂଗଠନ)କେ.ସୀ

ବେଣୁଗୋପାଳ ଏବଂ ପଞ୍ଜାବ ପ୍ରଭାରୀ ଭୁପେଶ ବଘେଲଙ୍କୁ ପଠାଇ ଦେଇଛନ୍ତି।ଲୁଧିୟାନା ପଶ୍ଚିମୀ

ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେଦଳୀୟ

ପାର୍ଥୀ ଭାରତ ଭୁଷଣ ଆଶୁ ପଞ୍ଜାବ କଂଗ୍ରେସ ସଭାପତି ରାଜା ୱଡିଙ୍ଗଙ୍କ ପ୍ରତି ଅସନ୍ତୋଶ ପ୍ରକାଶ

କରିଥିଲେ।ନିର୍ବାଚନରେ ହାରିବା ପରେ ଭାରତ ଭୁଷଣ ଆଶୁ ମଧ୍ୟ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ

ସଭାପତି ପଦରୁ ଇସ୍ତଫା ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande