ନୂଆଦିଲ୍ଲୀ, 25 ଜୁନ୍ (ହି.ସ.)- ନାସାର ଆକ୍ସିଓମ୍-4 ମିଶନର ଅଂଶ ହୋଇଥିବା ଭାରତୀୟ ବାୟୁ ସେନାର ଗ୍ରୁପ୍
କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କର ସ୍ପେସକ୍ରାଫ୍ଟରୁ ପ୍ରଥମ ବାର୍ତ୍ତା ଆସିଛି। ସେ କହିଛନ୍ତି, ନମସ୍କାର ମୋ ପ୍ରିୟ
ଦେଶବାସୀ। ବହୁ ବର୍ଷ ପରେ ଆମେ ପୁଣିଥରେ ମହାକାଶରେ ପହଞ୍ଚିଛୁ। ଅଦ୍ଭୁତ ଏକ ଯାତ୍ରା ଥିଲା। ମୋ
ସହିତ ମୋର କାନ୍ଧରେ ମୋ ତିରଙ୍ଗା ଅଛି।
ଭାରତ ପାଇଁ ଏହି ମୁହୂର୍ତ୍ତ 41 ବର୍ଷ ପରେ ଆସିଛି, ଯେତେବେଳେ ସ୍କ୍ୱାଡ୍ରନ୍ ଲିଡର୍ ରାକେଶ ଶର୍ମା ପ୍ରଥମଥର ପାଇଁ ଆମ
ତିରଙ୍ଗାକୁ ମହାକାଶକୁ ନେଇଯାଇ ବାର୍ତ୍ତା ଦେଇଥିଲେ — ସାରେ ଜହାଁ ସେ ଅଚ୍ଛାହିନ୍ଦୁସ୍ଥାନ୍
ହମାରା।
ନ୍ୟାସନାଲ୍ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ଅନେକ ଥର ମିଶନ୍ ସ୍ଥଗିତ
ହେବା ପରେ, ଶେଷରେ ବୁଧବାର ଦିନ କେନେଡି ସ୍ପେସ୍ ସେଣ୍ଟର୍ ରୁ ଆକ୍ସିଓମ୍-4 ମିଶନ୍ ଲଞ୍ଚ କରିଛି ।
ସଠିକ୍ ସମୟ ସେତେବେଳେ ଆସିଥିଲା , ଯେତେବେଳେ ସ୍ପେସଏକ୍ସର ଫାଲ୍କନ୍-9 ରକେଟ୍ ଫ୍ଲୋରିଡାର ନାସା କେନେଡି
ସ୍ପେସ୍ ସେଣ୍ଟର୍ ର କମ୍ପ୍ଲେକ୍ସ 39ଏରୁ ଭାରତୀୟ ସମୟ ଅନୁଯାୟୀ ଦ୍ୱିପ୍ରହର 12:01 ରେ
ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ ଦିଗରେ ଉଡାଣ ଭରିଥିଲା। ଆକ୍ସିଓମ୍-4 କ୍ରୁ ଦଳରେ ଭାରତ, ପୋଲାଣ୍ଡ ଓ ହଙ୍ଗେରୀର ମହାକାଶଯାତ୍ରୀଙ୍କୁ
ମହାକାଶକୁ ପଠାଯାଇଛି। ଏହି ମିଶନ୍ରେ ଭାଗ ନେଇଥିବା ଭାରତୀୟ ବାୟୁ ସେନାର ଗ୍ରୁପ୍ କ୍ୟାପ୍ଟେନ୍
ଶୁଭାଂଶୁ ଶୁକ୍ଲା 41 ବର୍ଷ ପରେ ମହାକାଶକୁ ଯାଇଥିବା ଦ୍ୱିତୀୟ ଭାରତୀୟ ମହାକାଶଯାତ୍ରୀ ଅଟନ୍ତି।
ଏଥିପୂର୍ବରୁ, 1984 ମସିହାରେ ସୋଭିଏତ୍ ରୁଷର ସୋୟୁଜ୍ ମହାକାଶ ଯାନରେ ଭାରତୀୟ ରାକେଶ ଶର୍ମାଙ୍କୁ ମହାକାଶକୁ
ପଠାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା